ଦେଶ ବିଦେଶ

ନାଗିନ୍ ଗୀତରେ ନାଚୁଥିଲେ, ହଠାତ୍ ଆସିଲା ଅସଲି ସାପ

ବିବାହ ପାଇଁ ଘରେ  ଚାଲିଥିଲା ଆୟୋଜନ ।ହଳଦୀ ଓ ମେହେନ୍ଦୀ ରସମ୍‌ରେ ମାତିଥିଲେ ପରିବାର ଲୋକ। ନାଗିନ୍ ଗୀତର ଧୁନ୍‌ରେ ଜମିଥିଲା ନାଚଗୀତ। ହେଲେ କିଏ ଜାଣିଥିଲା, ଏହି ନାଗିନ୍ ଧୁନ୍ ହିଁ ଆଣିଦେବ ମୃତ୍ୟୁର ଦୁଃଖଦ ଖବର! ଗୀତ ବାଜୁଥିବା ବେଳେ ହଠାତ୍ ଘଟଣାସ୍ଥଳରେ ପହଞ୍ଚିଗଲା ଏକ ଅସଲି ସାପ। ଆଉ ସାପକୁ ଧରି ବାହାରକୁ ନେବାକୁ ଉଦ୍ୟମ କରି ଜୀବନ ହାରିଲେ ଜଣେ ୨୬ ବର୍ଷୀୟ ଯୁବକ।ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଅଜଗୈନ୍ ଥାନା ଅଞ୍ଚଳରେ। ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଉନ୍ନାଓ ଜିଲ୍ଲାର ଅଜଗୈନ୍ ଥାନା ଅନ୍ତର୍ଗତ କବ୍ଜା ଗାଁର ଦେବରାଜ ଦ୍ୱିବେଦୀଙ୍କ ଘରେ ଝିଅର ବାହାଘର ଥିଲା।  ଏଥିପାଇଁ  ଘରେ ଚାଲିଥିଲା  ହଳଦୀ ଓ ମେହେନ୍ଦୀ ରସମ୍ ।  ପରିବାର ଲୋକଙ୍କ ସହ ପଡ଼ୋଶୀମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ।ଏହି ସମୟରେ ସଙ୍ଗୀତ କାର୍ୟ୍ୟକ୍ରମରେ ନାଗିନ୍ ଗୀତ ବାଜିଥିଲା। ଗୀତର ଧୁନ୍‌ରେ ଲୋକମାନେ ନାଚୁଥିବା ବେଳେ ହଠାତ୍ ଏକ ସାପ ଆସିଯାଇଥିଲା । ପ୍ରଥମେ ଲୋକେ ଏହାକୁ ମଜା ବୋଲି ଭାବିଥିଲେ। ହେଲେ ସାପଟି ଦୀର୍ଘ ସମୟ ଧରି ରହିବା ଦେଖି ସମସ୍ତେ ଡରିଯାଇଥିଲେ  ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୨୬ ବର୍ଷୀୟ ପଡ଼ୋଶୀ ଯୁବକ ଅର୍ଜୁନ ସାପଟିକୁ ଧରି ବାହାରକୁ ନେବାକୁ ଉଦ୍ୟମ କରିଥିଲେ। ହେଲେ ସାପଟି ତାଙ୍କୁ ଦଂଶନ କରିଥିଲା। ସାପ କାମୁଡ଼ିବା ପରେ ଅର୍ଜୁନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲକ୍ଷ୍ନୌର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ସତ୍ତ୍ୱେ ଅର୍ଜୁନଙ୍କ ଜୀବନ ବଞ୍ଚାଯାଇପାରିନଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

Related posts

ବେଙ୍ଗାଲୁରୁ ଦଳର ଘରୋଇ ଗ୍ରାଉଣ୍ଡକୁ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ ପାଇଁ ଅନୁମତି ପ୍ରଦାନ

mahabharatanews

ଟିଭିକେକୁ ସମର୍ଥନ ଦେଲା କଂଗ୍ରେସ

mahabharatanews

ବିହାର ନିର୍ବାଚନରେ ଏନଡିଏ ବିପୁଳ ବିଜୟ ପରେ ଏବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା

mahabharatanews