ରାଜନୀତି

ଯୋଗୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଉଦ୍ଧବ ସେନା ସାଂସଦ

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଉଦ୍ଧବ ସେନା ସାଂସଦ । ବିଜେପି ସମାଲୋଚକ ଭାବେ ଜଣାଶୁଣା ସଞ୍ଜୟ ରାଉତ ହଠାତ୍‌ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କରିଛନ୍ତି ପ୍ରଶଂସା। ୨୦୨୭ ଫେବୃଆରୀରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପୂର୍ବରୁ ସଞ୍ଜୟ ରାଉତ ଆଦିତ୍ୟନାଥଙ୍କୁ ଜଣେ ଦକ୍ଷ ନେତା କହିଛନ୍ତି। ରାଜ୍ୟରେ ଥିବା ଅଧିକାଂଶ ବିଜେପି ବିଧାୟକଙ୍କ ସମର୍ଥନ ପୂର୍ବଭଳି ନିର୍ବାଚନ ପରେ ମଧ୍ୟ ଆଦିତ୍ୟନାଥଙ୍କ ସହ ରହିବ ବୋଲି ସେ ମତ ରଖିଛନ୍ତି।
ସଞ୍ଜୟ ରାଉତ କହିଛନ୍ତି, “ଯୋଗୀଜି ନିଜକୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏହା ପ୍ରଶଂସାଯୋଗ୍ୟ। ସେ ଜଣେ ଦକ୍ଷ ବ୍ୟକ୍ତି। ଆମେ ମଧ୍ୟ ଯୋଗୀ ଜୀଙ୍କୁ ବହୁତ ଭଲ ପାଉ।
ଆଦିତ୍ୟନାଥ ହେଉଛନ୍ତି ହିନ୍ଦୁତ୍ୱର ସବୁଠାରୁ ବଡ଼ ଚେହେରା। ଉତ୍ତର ପ୍ରଦେଶରେ ତାଙ୍କର ହୁକୁମାତି ଜାରି ରହିବ। ଯଦି ଯୋଗୀ ସେଠାରେ ନ ରହିବେ, ତା’ହେଲେ ଉତ୍ତର ପ୍ରଦେଶ ରହିବ ନାହିଁ। ଯୋଗୀଜୀ ଉତ୍ତର ପ୍ରଦେଶରେ ହିଁ ରହିବେ।”
ଆଦିତ୍ୟନାଥ ନିଜକୁ ନିଜେ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରଣ କରୁଥିବା ପ୍ରଶ୍ନର ଉତ୍ତରେ ସଞ୍ଜୟ ରାଉତଙ୍କ କହିବା କଥା ଯେ ୟୁପି ମୁଖ୍ୟମନ୍ତ୍ରୀ ନିଶ୍ଚିତ ଯେ ୨୦୨୭ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ।

Related posts

ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ

mahabharatanews

ଆଜି ୪୫ଟି ଜାଗାରେ ପୁନଃ ମତଦାନ

mahabharatanews

କର୍ମଚାରୀ ଘରୁ କାମ କରିବାକୁ ଟ୍ୱିଟର ଦେଲା ଅନୁମତି

mahabharatanews