ଅଟୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଚାଲିଗଲା ୪ ଜୀବନ । ଉତ୍ତରପ୍ରଦେଶର ଆଗ୍ରା-ଆଲିଗଡ଼ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମୃତକ ମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ଜଣେ ଦମ୍ପତି, ଜଣେ ଯୁବ କ୍ରିକେଟର ଓ ଅନ୍ୟ ୨ ଜଣଙ୍କ ପରିଚୟ ମିଳିନାହିଁ । ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଅଟୋଟି ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଉତ୍ତରପ୍ରଦେଶର ଆଗ୍ରା-ଆଲିଗଡ଼ ଜାତୀୟ ରାଜପଥରେ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଅଟୋଟି ଚେପା ହୋଇଯାଇଥିଲା । ସ୍ଥାନୀୟ ଲୋକ ଅଟୋରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଟୋରେ ମୋଟ ୭ ଜଣଙ୍କ ଥିବା ଜଣାଯାଇଛି ।
previous post
