ଦେଶ ବିଦେଶ

୬୩ ବର୍ଷୀୟ ମହିଳାଙ୍କୁ ଜୀବନ ସାଥୀ କଲେ ୭୫ ବର୍ଷୀୟ ବ୍ୟକ୍ତି

ପ୍ରେମ କେବେ ହେଲେ ବୟସ ଦେଖେ ନାହିଁ। କାହାକୁ କେଉଁଠି ଓ କେତେବେଳେ ନିଜ ପସନ୍ଦର ମଣିଷ ମିଳିଯାଏ, ସେକଥା କହିବା ଭାରି ମୁସ୍କିଲ। ଏମିତି ଏକ ଘଟଣା ହିମାଚଳ ପ୍ରଦେଶରେ ଥିବା ବୃଦ୍ଧାଶ୍ରମରେ ଘଟିଛି। ବୃଦ୍ଧାଶ୍ରମରେ ଦୁଇ ଜଣଙ୍କୁ ମିଳିଛି ସେମାନଙ୍କ ପ୍ରେମ। ଆଉ ପ୍ରେମକୁ ବୟସର ଅପରାହ୍ନରେ ମଧ୍ୟ ସେମାନେ ନୂଆ ସୁଯୋଗ ଦେଇଛନ୍ତି। ୭୫ ବର୍ଷୀୟ କହ୍ନୈୟା ଲାଲ ଓ ୬୩ ବର୍ଷୀୟ ସାବିନା ପରସ୍ପରକୁ ବୃଦ୍ଧାଶ୍ରମରେ ରହିବା ବେଳେ ଭଲ ପାଇଥିଲେ। ଆଉ ସେହି ବୃଦ୍ଧାଶ୍ରମରେ ଉଭୟ ବିବାହ କରି ନିଜ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି।

ଦେଓଲିରେ ରହିଛି ଆପନା ଘର ବୃଦ୍ଧାଶ୍ରମ। ଏଠାରେ ଅନେକ ଅସହାୟ ବୃଦ୍ଧ ଓ ବୃଦ୍ଧା ରୁହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ କହ୍ନୈୟା ଓ ଆଉ ଜଣେ ହେଲେ ସାବିନା। ବୃଦ୍ଧାଶ୍ରମରେ ବେଶ କିଛି ବର୍ଷ ହେଲା ଉଭୟ ରହିବା ବେଳେ ପରସ୍ପରକୁ ଭଲ ପାଇ ଯାଇଥିଲେ। ଏକଥା ଜଣାପଡ଼ିବା ପରେ ପାରମ୍ପରିକ ହିମାଚଳୀ ରୀତିନୀତିରେ ସେମାନଙ୍କ ବାହାଘର ହୋଇଛି। ବାହାଘର ସମୟରେ ଆୟୋଜିତ ମହିଳା ସଙ୍ଗୀତ କାର୍ୟ୍ୟକ୍ରମରେ ବୃଦ୍ଧାଶ୍ରମର ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ବର କନ୍ୟାଙ୍କ ସହ ମିଶି ସେମାନେ ମଧ୍ୟ ସଂଗୀତର ତାଳେତାଳେ ନାଚିଛନ୍ତି। ବିଳାସପୁର ଡେପୁଟି କମିଶନର କୀରଣ ବନ୍ଦନା ମଧ୍ୟ ବୃଦ୍ଧାଶ୍ରମକୁ ଯାଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମଣ୍ଡିର ମୂଳ ବାସିନ୍ଦା ହେଉଛନ୍ତି କହ୍ନୈୟା ଲାଲ। ସେ ଜଣେ ଚାଷୀ ଭାବେ ନିଜ ଜୀବନର ଅନେକ ସମୟ ଅତିବାହିତ କରିଥିଲେ। ପ୍ରାୟ ୪ ବର୍ଷ ତଳେ କହ୍ନୈୟା ନିଜର ସବୁ ଜମି ଭାଇମାନଙ୍କ ନାଁରେ କରି ଦେଇଥିଲେ। ତାଙ୍କର କୌଣସି ପିଲା ନଥିବାରୁ ସେ ଏପରି ପଦକ୍ଷେପ ନେଇଥିଲେ। କିନ୍ତୁ ଭାଇମାନେ ଜମି ନେଇ ଯିବା ପରେ ତାଙ୍କୁ ଘରୁ ବାହାର କରି ଦେଇଥିଲେ।

Related posts

ମଦ ନୀତି ମାମଲା: କେଜରିୱାଲ ଏବଂ ଅନ୍ୟ 23 ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍

mahabharatanews

ଏବେ ନା ଲେଖି ପାରିବେ ନା କମେଣ୍ଟ କରି ପାରିବେ କେବଳ ରିଲ୍ ଦେଖିପାରିବେ ସେନା

mahabharatanews

ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟିପିଟି ମାରିଦେଲେ

mahabharatanews