ଓଡିଶା

ନିଆଁରେ ଜଳି ମହିଳା ଗୁରୁତର

(ମହାଭାରତ, ତେଲକୋଇ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବେଣଡିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କ ଦେହରେ ନିଆଁ ଲାଗିଯିବାରୁ ସ୍ୱାମୀ ତାଙ୍କ ଦେହରେ ଗୋବର ବୋଳି ଡାକ୍ତରଖାନା ଆଣିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଗତ ସୋମବାର ଗାଁର ଗୌରୀ ଦେହୁରୀ ଓ ତାଙ୍କ ସ୍ୱାମୀ ବାବୁଲି ଦେହୁରୀ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ଭିତରେ ନିଆଁ ଜାଳି ଶୋଇଥିଲେ । କିନ୍ତୁ ଅଧ ରାତିରେ ନିଆଁ ଗୌରୀଙ୍କ ଶାଢୀରେ ଲାଗି ଯାଇଥିଲା । ଆଖି ପିଛୁଳାକେ ଗୌରୀଙ୍କ ଦେହ ସାରା ନିଆଁ ଲାଗି ଯାଇଥିଲା । ତାଙ୍କ ସ୍ୱାମୀ ବାବୁଲି ପାଣି ଢାଳି ନିଆଁ ଲିଭାଇଲା ବେଳକୁ ଗୌରୀଙ୍କ ଶରୀରର ବହୁ ଅଂଶ ଜଳି ଯାଇଥିଲା । ତେବେ ସ୍ତ୍ରୀଙ୍କ ଶରୀରର ପୋଡା ଅଂଶ ଶୀଘ୍ର ଭଲ ହେବ ଭାବି ତାଙ୍କ ସ୍ୱାମୀ ଦେହ ସାରା ଗୋବର ଲେପି ତେଲକୋଇ ଡାକ୍ତରଖାନାକୁ ଆଣିଥିଲେ । ଗୌରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Related posts

କୁଆ ପଥର ମାଡରେ ଯୁବକ ମୃତ

mahabharatanews

ଆଉ ଚଳିବ ନାହିଁ ଆଇଓସିଏଲର ମନମାନୀ: ଜମିହରା ପରିବାର

mahabharatanews

୧୦ ଜିଲ୍ଲାରେ ହେବନି ବସ୍‌ ଧର୍ମଘଟ

mahabharatanews