ଓଡିଶା

ଭୁଲ ବା ଖରାପ ଅଭ୍ୟାସ କାରଣରୁ ର୍ଦୁଭାଗ୍ୟ ଓ ଆର୍ଥିକ ସମସ୍ୟା ଆମ ପିଛା ଛାଡି ନଥାଏ

ବ୍ୟୁରୋ : ବେଳେ ବେଳେ ଆମେ ଜାଣତରେ ହେଉ କି ଅଜାଣତରେ କିଛି ଏମିତି କରିବସୁ ଯେଉଁଥିପାଇଁ ଭୋଗିବାକୁ ପଡିଥାଏ ଅନେକ କଷ୍ଟ | ଭୁଲ ବା ଖରାପ ଅଭ୍ୟାସ କାରଣରୁ ର୍ଦୁଭାଗ୍ୟ ଓ ଆର୍ଥିକ ସମସ୍ୟା ଆମ ପିଛା ଛାଡି ନଥାଏ | କିଛି ଅସୁଵିଧା ନଥିବ କିନ୍ତୁ ଅଯଥାରେ ଟଙ୍କା ଖର୍ଛ ହୋଇଯାଉଥିବ | ତେବେ ଆପଣ ଜାଣିଛନ୍ତିକି କେଉଁ କାରଣରୁ ବା କେଉଁ ଖରାପ ଅଭ୍ୟାସ ଆମକୁ ଏଭଳି ପରିସ୍ଥିତିରେ ଛିଡା କରାଇଦିଏ ? ତେବେ କହିରଖୁଛୁ ଯେ, ଗୋଡ ହଲିବା ଏକ ଏମିତିକା ଖରାପ ଅଭ୍ୟାସ ଯାହା ଆପଣାକୁକାଙ୍ଗାଳ କରାଇପାରେ | ଆପଣ ଦେଖିଥିବେ ଆପଣଙ୍କ ଗୁରୁଜନ ଏଭଳି କରିବା ସମୟରେ ବାରଣ କରିଥାନ୍ତି | ବସିବା ଅବସ୍ଥାରେ ଗୋଡ ହଲାଇବା ଉଚିତ ନୁହେଁ | କାରଣ ଏହାର ଉଭୟ ବୈଜ୍ଞାନିକ ଓ ଧାର୍ମିକ କାରଣ ରହିଛି।

କହିରଖୁ କି, ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ। ଟଙ୍କା ଯେତେ ଆୟ କଲେ ବି ବେୟ କିନ୍ତୁ ଦୁଇଗୁଣ ହୋଇଯାଏ | ଏଣୁ ସଂଚୟ ହୋଇପାରିନ ଥାଏ | ଅଯଥାରେ ଟଙ୍କା ଖର୍ଚ୍ଚ ଲାଗି ରହିଥାଏ। ଆଉ ଏଥିପାଇଁ ପ୍ରାୟ ସମୟରେ ଘରେ ଅଶାନ୍ତି ଲାଗିରହିଥାଏ | ଏହା ଛାଡ ପୂଜାପାଠ ସମୟରେ ଯଦି ଆପଣ ଗୋଡ଼ ହଲାଉଛନ୍ତି ତେବେ ପୂଜାର ପ୍ରକୃତ ଫଳ ମିଳି ପାରିନଥାଏ।

ମାନତତ୍ଵବିତଙ୍କ କହିବା ଅନୁସାରେ, ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ଆତ୍ମବିଶ୍ୱାସ ହ୍ରାସ ପାଇଥାଏ। ସାମ୍ନାରେ ବସିଥିବା ବ୍ୟକ୍ତିଙ୍କ ଉପରେ କୁପ୍ରଭାବ ମଧ୍ୟ ପକାଇଥାଏ। ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ। ରାତିରେ ଉତ୍ତମ ନିଦ ହୋଇନଥାଏ। ନିଦରେ କୁପ୍ରଭାବ ପକାଇଥାଏ।

ପୌରାଣିକ କଥା ଅନୁସାରେ, ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଘରେ ସୁଖଶାନ୍ତି, ଧନ ସମ୍ପତ୍ତିର ସର୍ବଦା ଅଭାବ ଲାଗି ରହିଥାଏ। ମା’ଲକ୍ଷ୍ମୀଙ୍କ କୃପା ମିଳି ପାରିନଥାଏ।

Related posts

କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିବ ଧର୍ମାନୁଷ୍ଠାନ: ହାଇକୋର୍ଟ

mahabharatanews

୧୯ରୁ ବଦଳିବ ପାଗ 

mahabharatanews

କେନ୍ଦ୍ର ସମବାୟ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଜାଲିଆତି !

mahabharatanews