ଓଡିଶା

ନିଆରା ଢଙ୍ଗରେ ନିଜର ଜନ୍ମଦିବସ ପାଳିଲେ ସମାଜସେବୀ ସଦାଶିବ

ଭୁବନେଶ୍ୱର: ସମାଜସେବୀ ତଥା ଖଦି ଗ୍ରାମୋଦ୍ୟଗ ବୋର୍ଡର ସଦସ୍ୟ ସଦାଶିବ ଜେନା ତ।।ଙ୍କର ଜନ୍ମଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସକାଳୁ ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ପାଣ୍ଡରା ନିକଟସ୍ଥ କିମ୍ଭିରିଆ ବସ୍ତି ଅଞ୍ଚଳରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଖାଦ୍ୟ ପ୍ୟାକେଟ, ମାସ୍କ ବଣ୍ଟନ କରାଯାଇଥିଲା । ତା ପରେ ପଳାଶୁଣି, ହାଇଟେକ ହସ୍ପିଟାଲ, ବାଲିଅନ୍ତା, ଗୋପାଳପୁର, ଯାଜପୁର ରୋଡ଼, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ରକ୍ତଭଣ୍ଡାର ଓ ଆମ ରାଜ୍ୟ ବାହାରେ ଝାରଖଣ୍ଡ, ମଧ୍ୟ ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗରେ ଏକ ଦିନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରମାନଙ୍କରୁ ସମୁଦାୟ ଏକ ହଜାରରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ଥାଲାସେମିଆ ପୀଡିତଙ୍କ ପାଇଁ ସଂଗୃହୀତ ହୋଇଥିଲା ବୋଲି ସମର୍ପିତର ଗଣମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ ଜଣାଇଛନ୍ତି।

Related posts

କୋଚିଳାଡ଼ିହା ବିଜୁ ଯୁବବାହିନୀ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

mahabharatanews

ଜିଲ୍ଲାପଳଙ୍କ ଲକଡାଉନ ଯାଞ୍ଚ

mahabharatanews

ଖୋଲିଲା ବଳଦେବଜୀଉଙ୍କ ମନ୍ଦିର

mahabharatanews