ଓଡିଶା

ନିଜସ୍ୱ ଖର୍ଚ୍ଚରେ ରାସ୍ତା କରି ଉଦାହରଣ ସୃଷ୍ଟି କଲେ ଗ୍ରାମବାସୀ

ଜଳେଶ୍ୱର/ ଅଜିତ ସାହୁ: ପଦାରେ ପଡିଲା ବିକାଶର ନଗ୍ନଚିତ୍ର। ସ୍ୱାଧୀନତାର ୭୫ବର୍ଷ ପରେ ଲୋକଙ୍କ ନିକଟରେ ସ୍ଥାୟୀ ପକ୍କା ରାସ୍ତାଟିଏ ପିହଁଚିପାରି ନାହିଁ। ଆଉ ସ୍ଥାୟୀ ପକ୍କା ରାସ୍ତା ନଥିବାରୁ ସାମାନ୍ୟ ବର୍ଷାରେ ରାସ୍ତା ହୋଇଯାଏ କାଦୁଅ ପଚପଚ । ଗାଡି ମଟର କଥା ପଚାରେ କିଏ, ଚାଲିକି ଯିବା ମଧ୍ୟ କଷ୍ଟ ସାଧ୍ୟ। ରାସ୍ତାଟିଏ ପାଇଁ ସରପଞ୍ଚ, ପ୍ରଶାସନ, ବିଧାୟକଙ୍କୁ ଗୁହାରି କରିଥିଲେ ବି କେହି ଶୁଣିଲେଣି। ଶେଷରେ ଗ୍ରାମର ଯୁବଗୋଷ୍ଠୀ ରାସ୍ତା କରି ସୃଷ୍ଟି କରିଛନ୍ତି ଉଦାହରଣ।
ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ବାଲିଆପାଳ ବ୍ଲକ ନିଖିରା ପଞ୍ଚାୟତ ପାଳପଡା ଗ୍ରାମର ରାସ୍ତା। ଗ୍ରାମର ଅଧ କିମି ରାସ୍ତାଟି ଅଣଅସାରିଆ ମାଟି ରାସ୍ତା ସାଙ୍ଗକୁ, ଖାଲ ଖମାରେ ଭର୍ତ୍ତି। ସାମାନ୍ୟ ବର୍ଷା ହେଲେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଯାଆଆସ କରିବା କାଠିକର ପାଠ। ଏପରି ସ୍ଥିତିରେ ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ, ପୋଲିସ ଭ୍ୟାନ, ଦମକଳ ଗାଡିକୁ ଆଶା ନରଖିବା ଭଲ। ଉକ୍ତ ରାସ୍ତା ଉପରେ ଗ୍ରାମର ଦାସଅଧିକାରୀ ସାହି ଓ ଆଦିବାସୀ ସାହି ସମେତ ଆଖପାଖ ଚାରି,ପାଞ୍ଚଟି ଗ୍ରାମର ଗ୍ରାମବାସୀ, ସ୍କୁଲ କଲେଜର ଛାତ୍ରଛାତ୍ରୀ ନିର୍ଭର କରିଥାନ୍ତି। ସ୍ଥାୟୀ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ବାରମ୍ବାର ସ୍ଥାନୀୟ ସରପଂଚ, ବ୍ଲକ ପ୍ରସାଶନ ଓ ବସ୍ତା ବିଧାୟକଙ୍କୁ ଗୁହାରି କରିଥିଲେ ବି କେହି ଶୁଣିନଥିଲେ। କିନ୍ତୁ ଏଥିରେ ନିରାଶ ହୋଇ ନ ôତଲା ଗ୍ରାମବାସୀ । ଗ୍ରାମର ସୀତାନାଥ ଦାସ ଅଧିକାରୀ ଓ ରାମ ହରି ଦାସ ଅଧିକାରୀଙ୍କ ନେତୃତ୍ୱରେ, ଗ୍ରାମର ଯୁବକମାନଙ୍କ ସହାୟତାରେ, ନିଜସ୍ଵ ଖର୍ଚ୍ଚ ଓ ଉଦ୍ୟମରେ ରାସ୍ତା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ସ୍ଥାୟୀ ପକ୍କାରାସ୍ତା ଟିଏ ଦାବି କରିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନ ଚବତାଵନୀ ଦେଇଛନ୍ତି ଗ୍ରାମବାସୀ।
ତେବେ ଏନେଇ ବାଲିଆପାଳ ବିଡ଼ିଓ ଲଳିତ ସରଙ୍ଗ ସରକାରୀ କଟକଣା ପାଇଁ କ୍ୟାମେରା ସାମ୍ନାରେ କିଛି ପ୍ରତିକ୍ରିୟା ରଖିନଥିବା ବେଳେ, ନିଖିରା ସରପଞ୍ଚ ପ୍ରତିନିଧି ସପନ ଦାସ କହିଛନ୍ତି କି , ସ୍ଥାୟୀ ରାସ୍ତା ଟିଏ ପାଇଁ ପ୍ଲାନ ଦିଆଯାଇଛି। ତେବେ କୋଭିଡ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ରାସ୍ତା ନିର୍ମାଣ ହୋଇପାରିନାହିଁ। ତେବେ ଖୁଵଶୀଘ୍ର ରାସ୍ତାର ନିର୍ମାଣ କାର୍ୟ୍ୟ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

 

Related posts

ପିପିଲିରେ ୨୯ ପ୍ଲାଟୁନ ଓଏସପି, ୩ କମ୍ପାନୀ ସିଏପିଏଫ ମୁତୟନ: ଡିଜିପି

mahabharatanews

ଯୁକ୍ତ ଦୁଇରେ ଏନଟିପିସି ଡିଏଭି ଛାତ୍ରୀ ପ୍ରିୟଙ୍କା ଟପ୍ପର

mahabharatanews

୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚିବ

mahabharatanews