Uncategorized

ନିର୍ଭୟା କାଣ୍ଡ: କ୍ୟୁରେଟିଭ ପିଟିସନ ଦାୟର କଲା ବିନୟ

ନୂଆଦିଲ୍ଲୀ: ନିର୍ଭୟା କାଣ୍ଡରେ ୪ ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳିବା ପରେ ଏହି କାଣ୍ଡର ଜଣେ ଦୋଷୀ ବିନୟ କୁମାର ଶର୍ମା ଗୁରୁବାର ଦିନ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛି । ନିଜ ଆଇନଗତ ଅଧିକାରର ଉପଯୋଗ କରିବାକୁ ଯାଇ ଆଜି ସେ ସୁପ୍ରିମ କୋର୍ଟରେ କ୍ୟୁରେଟିଭ ପିଟିସନ ଦାୟର କରିଛି । ୭ ଜାନୁଆରୀରେ ପଟିଆଲା ହାଉସ କୋର୍ଟ ୨୨ ଜାନୁଆରୀକୁ ୪ ଜଣଙ୍କୁ ଫାଶୀ ଦଣ୍ଡ ଦେବାକୁ ୱାରେଣ୍ଟ ଜାରି କରିଥିଲେ ।

କ୍ୟୁରେଟିଭ ପିଟିସନ ଦୋଷୀଙ୍କୁ ଦିଆଯାଇଥିବା ଆଇନଗତ ଅଧିକାର । ଏହି ପିଟିସନ ସେତେବେଳେ ଦିଆଯାଏ, ଯେତେବେଳେ ରାଷ୍ଟ୍ରପତିଙ୍କ ଦ୍ୱାରା କ୍ଷମାପ୍ରାର୍ଥନା ଓ ସୁପ୍ରିମକୋର୍ଟରେ ପୁନର୍ବିଚାର ଯାଚିକା ଖାରିଜ ହୋଇଯାଏ । ଏହା ପରେ ଦୋଷୀଙ୍କ ପାଇଁ କ୍ୟୁରେଟିଭ ପିଟିସନ ଏକ ମାତ୍ର ଓ ଅନ୍ତିମ ସୁଯୋଗ, ଯାହା ଦ୍ୱାରା ସେ ଫାଶୀ ଦଣ୍ଡ ବଦଳରେ ଆଜୀବନ କ୍ଷମା ପ୍ରାର୍ଥନା କରିଥାଏ । ଏଥିରେ ରାୟ ପ୍ରକାଶ ପାଇବା ପରେ ଦୋଷୀଙ୍କ ନିକଟରେ ଆଉ କୌଣସି ଆଇନଗତ ସହାୟତା ମିଳି ନ ଥାଏ । ଏହି ପିଟିସନ ଦାଖଲ କରିବା ସମୟରେ ଦୋଷୀକୁ କୋର୍ଟଙ୍କୁ ଜଣାଇବାକୁ ହୋଇଥାଏ କି କେଉଁ ଆଧାରରେ ସେ ରାୟକୁ ଚ୍ୟାଲେଞ୍ଜ କରିଛି । ଏହି ପିଟିସନ କୌଣସି ବରିଷ୍ଠ ଅଧିବକ୍ତାଙ୍କ ଦ୍ୱାରା ସାର୍ଟିଫାୟଡ ହେବା ଜରୁରୀ ହୋଇଥାଏ । ଏହା ପରେ ଏହି ପିଟିସନକୁ ସୁପ୍ରିମକୋର୍ଟର ତିନିଜଣ ସର୍ବ ବରିଷ୍ଠ ବିଚାରପତି ଓ ଯେଉଁ ବିଚାରପତି ରାୟ ଶୁଣାଇଥାନ୍ତି ତାଙ୍କୁ ପଠାଯାଏ । ଯଦି ପିଟିସନକୁ ବିଚାରପତିମଣ୍ଡଳୀର ବହୁମତ ମିଳିଥାଏ ତେବେ ଏହାର ପୁନଃ ଶୁଣାଣି ସମ୍ଭବ ହେବ ।

Related posts

କୋର୍ଟରୁମରେ ବେହୋସ ହେଲେ ଜଷ୍ଟିସ ଭାନୁମତି

mahabharatanews

ଫାଭିପିରାଭିର, ଫାଇଟୋ-ଫାର୍ମାସ୍ୟୁଟିକାଲ୍ ପରୀକ୍ଷାକୁ ମିଳିଲା ଅନୁମତି

mahabharatanews

ବ୍ୟାଙ୍କିଂ ନିୟନ୍ତ୍ରଣ ସଂଶୋଧନ ଅଧ୍ୟାଦେଶ ୨୦୨୦ ଜାରି

mahabharatanews