(ହାଇଦ୍ରାବାଦ) ; ବାପା ମା ସନ୍ତାନଙ୍କ ପାଇଁ ବେଶ ଯତ୍ନବାନ ହୋଇଥାନ୍ତି । ଏବଂ ସନ୍ତାନର କଷ୍ଟ ମଧ୍ୟ ସହ୍ୟ କରିପାରନ୍ତି ନାହିଁ । କିନ୍ତୁ ଏକ ୩ବର୍ଷର ଝିଅ ଖାଇଲାନି ବୋଲି ବାପା ମା ଅକଥନୀୟ ନିର୍ଯାତନା ଦେଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏମିତିି ଏକ ଅମାନୁଷିକ ଘଟଣା ଘଟିଛି ତେଲେଙ୍ଗାନାର ମେଡକ ଜିଲ୍ଲାରେ । ଅଭିଯୁକ୍ତ ଜଣକ ଏମ୍ ନାଗାରାଜୁ ହୋଇଥିବା ଜଣାପଡିଥିବା ବେଳେ ସେ ଜଣେ ପୌର କର୍ମଚାରୀ। ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ନାଗାରାଜୁଙ୍କ ବିରୋଧରେ ଦୁଇଟି ଦଫା (ଆଇପିସିର ଧାରା ୩୨୪ ଓ ଜୁଭେନାଇଲ ଜଷ୍ଟିସ୍ ଆକ୍ଟର ଧାରା ୭୫) ଲଗାଇ ମାମଲାର ତଦନ୍ତ କରୁଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ତାଙ୍କର ୩ ବର୍ଷର ଝିଅକୁ ଏକ ଦୌଡ଼ିରେ ପିଟୁଛନ୍ତି। ତା’ସହିତ ତଣ୍ଟିକୁ ଧରି ତାକୁ ତଳେ କଚାଡ଼ି ଦେଉଛନ୍ତି। ଏହି ସମୟରେ ଝିଅଟିର ମା’ ମଧ୍ୟ ଉପସ୍ଥିତ ଥିଲେ ମଧ୍ୟ ପ୍ରତିବାଦ କରିବା ବଦଳରେ ସେସେହି ଦୃଶ୍ୟର ମଜା ନେଉଥିଲେ । ଝିଅ ଖାଇବାକୁ ମନା କରି ଦେବାକୁ ନାଗାରାଜୁ ରାଗି ଯାଇ ଏଭଳି ଦଣ୍ଡ ଦେଇଥିବା ଜଣାପଡ଼ିଛି। ରବିବାର ରାତିରେ ନାଗାରାଜୁ ତାଙ୍କ ଝିଅକୁ ଏମିତି ମାଡ଼ ମାରୁଥିବା ବେଳେ ଜଣେ ପଡ଼ୋଶୀ ତାଙ୍କ ମୋବାଇଲ୍ରେ ପୂରା ଘଟଣାର ଚିତ୍ର ଉତ୍ତୋଳନ କରିଥିଲେ।
