ଓଡିଶା

ନିସ୍ତବ୍ଧ କଣିହାଁ ବ୍ଲକସ୍ଥ ଡେରେଙ୍ଗ ଫାଣ୍ଡି

କଣିହାଁ/ ଜ୍ୟୋତିରଂଜନ ଧର: ନିସ୍ତବ୍ଧ କଣିହାଁ ବ୍ଲକସ୍ଥ ଡେରେଙ୍ଗ ଫାଣ୍ଡି । ଜଣେ ହେଲେ ବି କର୍ମଚାରୀ ଫାଣ୍ଡିରେ ନାହାଁନ୍ତି । ସରକାରଙ୍କ ୫ଟି ପଲିସି ଥାନାରେ କିଭିଳି କାର୍ଯ୍ୟକାରି ହେଉଛି ଡେରେଙ୍ଗ ଫାଣ୍ଡି ବୟାନ କରୁଛି । ସେବା ନପାଇ ଲୋକେ ମୁଣ୍ଡକାନ ଆଉଁଶି ନିରାସ ହୋଇ ଫେରୁଛନ୍ତି ।
କଣିହାଁ ବ୍ଲକର ଡେରେଙ୍ଗସ୍ଥିତ ଜେଆଇଟିପିଏଲ କମ୍ପାନୀ, କାକୁଡିଆ, ଡେରେଙ୍ଗ, ବାଲିପଟ୍ଟା, ଚାଙ୍ଗୁଡିଆ, ସନ୍ତରାବନ୍ଧ, ଘଣ୍ଟିଆନାଳି, ମୋହୀନିପାଳ, ବୁଲୁ, ବଡଗୁଣ୍ଡରୀ ଓ ବଇଁଣ୍ଡା ଗ୍ରାମବାସୀଙ୍କୁ ପୋଲିସ୍ ସେବା ଯୋଗାଇବା ପାଇଁ ଡେରେଙ୍ଗ ଫାଣ୍ଡି ଗତ୨୫-୪-୨୦୧୨ମସିହାରେ ସ୍ଥାପନ କରାଯାଇଥିଲା । କଣିହାଁ ଥାନାର ପରିସୀମା ଓ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଉପରୋକ୍ତ ଗ୍ରାମଗୁଡିକୁ ପୋଲିସ୍ ସେବା ତ୍ୱରିତ ଯୋଗାଇବା ଲକ୍ଷ୍ୟ ରଖି ପ୍ରାକ୍ତନ ଏସ୍ପି ସତ୍ୟବ୍ରତ ଭୋଇ ଏହି ଫାଣ୍ଡିକୁ ସେତେବେଳେ ଉଦ୍ଘାଟନ କରିଥିଲେ । ଫାଣ୍ଡିରେ ପଦବୀ ସଂଖ୍ୟା ୫ରହିବାକୁ ଥିବା ବେଳେ ବର୍ତ୍ତମାନ ଏହି ଫାଣ୍ଡିରେ ଜଣେ ଫାଣ୍ଡି ଇନ୍ଚାର୍ଜଙ୍କ ସହିତ୨ଜଣ କନେଷ୍ଟବଳ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ଅଧିବାସୀ କୁହନ୍ତି ଜଣେ ଓଏଏଫସି(କନେଷ୍ଟବଳ) କେବଳ ଏଠାରେ କାର୍ଯ୍ୟ କରୁଥିବା ବେଳେ ଇନଚାର୍ଜ ବାବୁଙ୍କର କେବେ ଦେଖା ମିଳୁନି । ଏହି ସମ୍ପର୍କରେ ଫାଣ୍ଡି ଦାୟିତ୍ୱରେ ଥିବା ଇନ୍ଚାର୍ଜ ମିନକେତନ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିଲାନାହିଁ । ଯେଉଁ ଉଦ୍ଦେଶ୍ୟରେ କଣିହାଁ ଥାନା ଠାରୁ ଅଲଗା ହୋଇ ନୂତନ ଫାଣ୍ଡି ହେଲା ତାହା ଏପର୍ଯ୍ୟନ୍ତ ପୂରା ହୋଇପାରୁ ନାହିଁ । ଗତ ବୁଧବାର ଜନୈକ ବ୍ୟକ୍ତି ପୁଲିସ୍ ସେବା ପାଇବାକୁ ଆସି ନିରାଶ ହେବା ପରେ ଏହି ଘଟଣା ସାମ୍ମାନାକୁ ଆସିଛି ।

Related posts

ଆଦର୍ଶ ଗ୍ରାମ ପାଇଁ ନିବେଦନ

mahabharatanews

ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ

mahabharatanews

ଆଜି ବସିବ ରତ୍ନଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews