ଓଡିଶାପାଣିପାଗ

ନୟାଗଡ଼ରେ ବନ୍ୟା ସ୍ଥିତି ; ପ୍ରଭାବିତ ୫୦ ହଜାର ଲୋକ

ନୟାଗଡ଼: ନୟାଗଡ଼ରେ ବନ୍ୟା ସ୍ଥିତି ଉପୁଜିଛି । ୧୨୦ଟି ଗାଁ ସହ ଯୋଗାଯୋଗ ହୋଇନ ଥିବାବେଳେ ପ୍ରଭାବିତ ହୋଇଛନ୍ତି ୫୦ ହଜାର ଲୋକ । ଗଣିଆ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକରେ ବିପନ୍ନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗଣିଆରୁ ବଡ଼ମୂଳ ରାସ୍ତାର ବିଭିନ୍ନ ସ୍ଥାନରେ ୭ ଫୁଟ ବନ୍ୟା ଜଳ ପ୍ରବାହିତ ହେବାରୁ ଛାମୁଣିଆ ଏବଂ ବଡ଼ସିଲିଙ୍ଗା ରାସଙ୍ଗ ପଞ୍ଚାୟତ ଜଳ ବନ୍ଦୀ ହୋଇଛି । ଭାପୁର ବ୍ଲକର ଫତେଗଡ଼ ପଞ୍ଚାୟତର ମଣିପୁର ଗାଁ ଜଳ ବନ୍ଦୀ ହୋଇଛି । କରବର ପଞ୍ଚାୟତର ଗୁଡୁପଡ଼ା ,ମାଣିତ୍ରୀ ଏବଂ କରବର ନୂଆ ସାହିରେ ୫ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । କାଳିଗିରି ବ୍ରିଜ ଉପରେ ୬ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।

ଭାପୁରରୁ କଳାପଥର ରାସ୍ତାରେ ଗାଡ଼ି ଚଳଚଳ ବନ୍ଦ ରହିଛି । ବନ୍ୟା ପ୍ରଭାବିତ ୧୨ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଗଣିଆ ଏବଂ ଭାପୁର ବ୍ଲକ ପାଇଁ ୪ ବୋଟ୍ ଯୋଗାଇ ଦିଆଯାଇଛି । ଭାପୁର ବ୍ଲକର ଫତେଗଡ଼, ମଣିପୁର, କରବର, ନଣ୍ଡାବର, ଗୁଡ଼ୁପଡ଼ା, ହନୁମନ୍ତ ପ୍ରସାଦ ଏବଂ ଦଶମନ୍ତପୁର ଗାଁକୁ ଗସ୍ତ କରି ଭାପୁର ବିଡିଓ ଜନ୍ମେଜୟ ସାହୁ, ଚେୟାରମ୍ୟାନ ବେଣୁଧର ପ୍ରଧାନ ସ୍ଥିତି ସମୀକ୍ଷା କରିଛନ୍ତି । ଡାକ୍ତରୀ ଟିମ୍ ବି ହୋଇଛନ୍ତି ନିୟୋଜିତ ।

Related posts

ଅସମ୍ଭାଳ ହୀରାକୁଦ ପାଣି : ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୪୦ ହଜାର ୫୭୫ 

mahabharatanews

ଗାତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews

ବାଣ ବିସ୍ଫୋରଣ ଘଟଣା; ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

mahabharatanews