Uncategorized

ପଞ୍ଜାବ ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା କମିଲା

(ଚଣ୍ଡୀଗଡ): ପଞ୍ଜାବ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନଙ୍କ ଅବସର ବୟସ ସୀମାକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି । ସରକାରୀ କର୍ମଚାରୀମାନେ ପୂର୍ବରୁ ୬୦ ବର୍ଷରେ ଅବସର ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ଏହାକୁ ଦୁଇ ବର୍ଷ କମ୍ କରିଦିଆଯାଇଛି । ଏଣିକି ପଞ୍ଜାବର ସରକାରୀ ଅଫିସ ଗୁଡିକରେ କାମ କରୁଥିବା କର୍ମଚାରୀମାନେ ୫୮ ବୟସରେ ଅବସର ନେବେ । ଶୁକ୍ରବାର ବିଧାନସଭାରେ ବଜେଟ୍ ଅଧିବେଶନ ବେଳେ ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଏହି ସୁଚନା ଦେଇଛନ୍ତି । ପଞ୍ଜାବ ବିଧାନସଭାରେ ୨୦୨୦-୨୧ ବଜେଟ୍ର ଉପସ୍ଥାପନ କରାଯାଇଥିଲା । ଏହି ସମୟରେ ଅର୍ଥମନ୍ତ୍ରୀ ବାଦଲ ଏହି ଘୋଷଣା କରିଥିଲେ । ଆସନ୍ତା ମାର୍ଚ୍ଚ ମାସରେ ଅବସର ଗ୍ରହଣ କରୁଥିବା ସରକାରୀ କର୍ମଚାରୀମାନଙ୍କ ପାଇଁ ୬ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ଆସିଥିବାରୁ କର୍ମଚାରୀଙ୍କ ପାଇଁ ବେତନ କମିଶନ ଲାଗୁ କରାଯିବ । ସେହିପରି ପ୍ରାଥମିକ ସ୍କୁଲ ଗୁଡିକରେ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପରିବହନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ବଜେଟରେ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେହିପରି ଭୂମୀହୀନ କୃଷକଙ୍କ ପାଇଁ ଋଣ ଛାଡ କରିବାକୁ ପଞ୍ଜାବ ସରକାର ୫୨୦ ଟଙ୍କାର ବ୍ୟବସ୍ଥା କରିଛନ୍ତି ।

Related posts

ରଥଯାତ୍ରା : ଆଉ ମାତ୍ର ୨୯ ଦିନ

mahabharatanews

ଗମ୍ଭୀରଙ୍କ ଫାଉଣ୍ଡେସନ ବିରୋଧରେ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ମନା

mahabharatanews

ମ୍ୟୁଚୁଆଲ୍ ଫଣ୍ଡ ପାଇଁ ୫୦ ହଜାର କୋଟି ସ୍ପେସାଲ୍ ଲିକ୍ୟୁଡିଟି ଫେସିଲିଟି ଘୋଷଣା

mahabharatanews