Uncategorized

ଅଜଣା ଗାଡି ଧକ୍କାରେ ଯୁବକ ମୃତ

(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଧରମପୁର ଛକରେ ଏକ ଅଘଟଣ ଘଟିଛି । ଏଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଦୋନୋଝଲା ଗାଁର ଜୟନ୍ତୀ ନାଗ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଗୁରୁବାର ସନ୍ଧ୍ୟାରେ ଜୟନ୍ତ ନିଜର ଜଣେ ସମ୍ପର୍କୀୟଙ୍କ ବାହାଘର ଉତ୍ସବରେ ଯୋଗ ଦେବାକୁ ଧରମପୁର ଯାଇଥିଲେ । ପରଦିନ ସକାଳେ ଧରମପୁର ଛକରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଏକ ଅଜଣା ଗାଡି ତାଙ୍କୁ ପିଟି ଚାଲି ଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Related posts

ଟୋନୀ-ଆନ ସିଂହ ମିସ ୱାଲ୍ଡ ୨୦୧୯

mahabharatanews

ଇଟାଲୀରେ ଗତ ୨୪ ଘଣ୍ଟାରେ ୬୫୧ ଜଣଙ୍କ ମୃତ୍ୟୁ

mahabharatanews

ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବଙ୍କୁ ଆକ୍ରମଣ

mahabharatanews