Uncategorized

ଗମ୍ଭୀରଙ୍କ ଫାଉଣ୍ଡେସନ ବିରୋଧରେ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ମନା

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ୍ର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଝଟକା । କୋଭିଡ୍-୧୯ ଔଷଧର ବେଆଇନ କ୍ରୟ ଏବଂ ବିତରଣ କରିବା ମାମଲାରେ ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ ବିରୋଧରେ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ତାଙ୍କ ଦ୍ୱାରା ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏମଆର ଶାହାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି ।
ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଲୋକେ ଔଷଧ ପାଇଁ ଡହଳ ବିକଳ ହେଉଥିବା ସମୟରେ, ଟ୍ରଷ୍ଟ କହୁଛି, ଆପଣଙ୍କୁ ଆମେ ଔଷଧ ଦେବୁ। ଟ୍ରଷ୍ଟ ବହୁ ମାତ୍ରାରେ ଔଷଧ ମହଜୁଦ କରିଥିଲା । ତେଣୁ ଟ୍ରଷ୍ଟ ବିରୋଧରେ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ କୋର୍ଟ ସିଧା ସଳଖ ମନା କରି ଦେଇଛନ୍ତି। ଏହି ମାମଲାରେ ଆମେ କିଛି କରି ପାରିବୁ ନାହିଁ, କିନ୍ତୁ ନଜର ରଖି ପାରିବୁ । ତେବେ ଏହି ମାମଲାର ଅ।।ବେଦନକାରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।
ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ଓକିଲ କୈଳାଶ ବାସଦେବ ଔଷଧି ଓ ପ୍ରସାଧନ ଆଇନ ଆଧାରରେ ଏହି ମାମଲାରେ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ନିବେଦନ କରିଥିଲେ। କିନ୍ତୁ ଖଣ୍ଡପୀଠଙ୍କ ଆଭିମୁଖ୍ୟ ଦେଖି ଗମ୍ଭୀରଙ୍କ ଫାଉଣ୍ଡେସଙ୍କ ଓକିଲ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି।
ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ଦିଲ୍ଲୀ ସରକାରର ଔଷଧ ନିୟନ୍ତ୍ରକ ଅବଗତ କରାଇଥିଲେ ଯେ, ଗମ୍ଭୀରଙ୍କ ଫାଉଣ୍ଡେସନ କରୋନା ରୋଗୀଙ୍କ ପାଇଁ ଫାବିଫ୍ଲ୍ୟୁ ଔଷଧ ବେଆଇନ ଭାବେ କିଣି ଜମା କରି ରଖିଥିଲା। ଏଥିରେ ଗୌତମ ଗମ୍ଭୀର ଦୋଷୀ। ଅଦାଲତ ବହୁ ମାତ୍ରାରେ ଔଷଧ କ୍ରୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Related posts

ଲକଡାଉନ ସମୟର ଆବଶ୍ୟକତା: ସ୍ୱରାଷ୍ଟ୍ରମନ୍ତ୍ରୀ

mahabharatanews

ଧରାପୃଷ୍ଟରେ ଅବତରଣ କଲେ ଗଜାନନ

mahabharatanews

 ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଲ୍ଲୀରେ ୧୩୫୪ ଫ୍ଲାଟ ବଣ୍ଟନ ଆରମ୍ଭ

mahabharatanews