Uncategorized

ପଶ୍ଚିମ ବଙ୍ଗ ମନ୍ତ୍ରୀଙ୍କୁ ମିଳିଲାନି ବାଙ୍ଗଲାଦେଶ ଭିଜା

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ଜଣେ ମନ୍ତ୍ରୀ ସିଦ୍ଦୀକୁଲ୍ଲା ଚୌଧୁରୀଙ୍କୁ ଭିଜା ଦେବାକୁ ଅନିଚ୍ଛା ପ୍ରକାଶ କରିଛି ବାଂଲାଦେଶ । ଏଥିପାଇଁ ସିଦ୍ଦୀକୁଲ୍ଲା ଭାରତ ସରକାରଙ୍କ ନାଗରିକତା ସଂଶୋଧନ ଅ ।ଇନ(ସିଏଏ)କୁ ଦାୟୀ କରିଛନ୍ତି । ସିଦ୍ଦୀକୁଲ୍ଲା କହିଛନ୍ତି, ସେ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ୬ ଦିନିଆ ବାଂଲାଦେଶ ଗସ୍ତ କରିବାର ଥିଲା । ଏଥିପାଇଁ ସେ ଗତ ୨୩ ତାରିଖରେ ଭିଜା ଲାଗି ଆବେଦନ କରିଥିଲେ । ବିଦେଶ ମନ୍ତ୍ରଣାଳୟ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ତାଙ୍କୁ ଅନୁମତି ମିଳିଥିଲା । କିନ୍ତୁ ଶେଷରେ ବାଂଲାଦେଶ ସରକାର ଭିଜା ଦେବାକୁ ମନା କରିଦେଇଥିଲେ ।

ସିଦ୍ଦୀକୁଲ୍ଲା ହେଉଛନ୍ତି ଜମୀୟତ-ଏ-ଉଲେମା ହିନ୍ଦର ପଶ୍ଚିମବଙ୍ଗ ଅଧ୍ୟକ୍ଷ । ସେ କହିଛନ୍ତି, ବାଂଲାଦେଶର ଜଣେ ବରିଷ୍ଠ ଡେପୁଟି ହାଇକମିଶନ ଅଧିକାରୀ ଭିଜା ରଦ୍ଦ କରିବା କଥାକୁ ସ୍ୱୀକାର କଲେନାହିଁ କି ମନା ବି କଲେ ନାହିଁ । କେବଳ ଏତିକି କହିଲେ ଯେ, ଢାକାରୁ ଜରୁରୀ କ୍ଲିୟରାନ୍ସ ଏ ପର୍ଯ୍ୟନ୍ତ କଲକାତାସ୍ଥିତ ଅ ।ମ କାର୍ଯ୍ୟାଳୟକୁ ମିଳିନାହିଁ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବାଂଲାଦେଶ ସରକାର ସିଏଏକୁ ନେଇ ଏଭଳି ଅ ।ଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ସିଦ୍ଦୀକୁଲ୍ଲା କହିଛନ୍ତି । ସୂଚନାଯୋଗ୍ୟ, ତୃଣମୂଳ ସ୍ତରରେ ନାଗରିକତା ଅ ।ଇନ ବିରୋଧରେ ସ୍ୱର ଉତ୍ତୋଳନକାରୀଙ୍କ ମଧ୍ୟରେ ସିଦ୍ଦୀକୁଲ୍ଲା ହେଉଛନ୍ତି ଅନ୍ୟତମ ବ୍ୟକ୍ତି । ବାଂଲାଦେଶ ସିଏଏ ପ୍ରସଙ୍ଗରେ ନିରପେକ୍ଷତା ଅବଲମ୍ବନ କରିବାକୁ ·ହୁଁଛି ।ଏଥିପାଇଁ ବାଙ୍ଗଲାଦେଶ ସରକାର ମନ୍ତ୍ରୀଙ୍କୁ ଭିଜା ଦେଇନାହିଁ ।

Related posts

ଚୀନରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

mahabharatanews

ବନ୍ୟାଜଳରେ ଆସାମର ୨୦ ଜିଲ୍ଲା: ୬୬ ଜଣଙ୍କ ମୃତ୍ୟୁ

mahabharatanews