ଓଡିଶା

ଯୁବ ବ୍ୟବସାୟୀଙ୍କ ନିଆରା ବଡଦାନ ପାଳନ

ଜଳେଶ୍ୱର: ମଣିଷ ଭିତରେ ମଣିଷ ସିଏ, ଯିଏ ଅନ୍ୟ ପାଇଁ ବଞ୍ଚିବା ଶିଖିଛି । ଅନ୍ୟର ସୁଖରେ ସୁଖୀ , ଦୁଃଖରେ ଦୁଃଖ ହୋଇଥାଏ । ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ରବିନ୍ଦ୍ର ନାଥ ଅଣ୍ଡିଆ । ପେସାରେ ରବିନ୍ଦ୍ର ଜଣେ ଯୁବ ବ୍ୟବସାୟୀ ହୋଇଥିବା ବେଳେ ନିଶାରେ ସମାଜ ସେବୀ ତଥା ଜିଲ୍ଲା ପରିଷଦ ସଦସ୍ୟ ଅଟନ୍ତ । ନିଜର ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ଟିକିଏ ଅବସର ପାଇଲେ ଗରିବ, ଅସହାୟଙ୍କ ପାଇଁ ଚିନ୍ତା କରନ୍ତି । ସେମାନଙ୍କ ସହିତ ସମୟ କଟାନ୍ତି । ଡ଼ିସେମ୍ବର ୨୫ ବା ବଡ଼ଦିନକୁ ସମସ୍ତେ, ସାଙ୍ଗ ସାଥି, ଆତ୍ମୀୟ ସ୍ୱଜନ, ପରିବାର ସହିତ, ଧୁମଧାମରେ ପାଳନ କରୁଥିବା ବେଳେ ରବିନ୍ଦ୍ର କିନ୍ତୁ ଅନ୍ଧ, ମୁକ, ବଧିର ଦିବ୍ୟାଙ୍ଗ ପିଲାଙ୍କ ସହିତ ପାଳନ କରିଛନ୍ତି ବଡଦିନକୁ । ରବିନ୍ଦ୍ର ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଡ଼ଗ୍ରା ସମୁଦ୍ର ବେଳା ଭୂମିରେ ସ୍ଥାନୀୟ ଏକ ଦିବ୍ୟାଙ୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ପାଳନ କରିଛନ୍ତି ବଡ଼ଦିନକୁ । ଏହି ଉତ୍ସବରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବିଶିଷ୍ଟ କଣ୍ଠ ଶିଳ୍ପୀ ହୀୟୁମାନ ସାଗର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ମତ ରଖିଛନ୍ତି । ଏହି ଉତ୍ସବକୁ ପିଲାମାନେ ବେଶ ଆନନ୍ଦର ସହ ଉପଭୋଗ କରିବା ସହିତ ବେଶ ଖୁସିଥିବା ଦେଖିବାକୁ ମିଳିଥିଲା ।

Related posts

ଅସହ୍ୟ ତାତି : ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ 

mahabharatanews

ଝିମିଟି ଖେଳରୁ ମହାଭାରତ

mahabharatanews

ଏରେଣ୍ଡେଇ ପଞ୍ଚାୟତକୁ ସଟ ଡାଉନ କଲେ ସରପଞ୍ଚ

mahabharatanews