କୋଲକାତା: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କୋଲକାତା ହାଇକୋର୍ଟଙ୍କ ଶକ୍ତ ଧକ୍କା । ସରକାର ଦୁର୍ଗା ପୂଜା କମିଟିଗୁଡ଼ିକ ପାଇଁ ମଞ୍ଜୁର କରିଥିବା ୫୦ ହଜାର ଟଙ୍କା ପୂଜା ଅନୁଦାନର ୭୫ ପ୍ରତିଶତ କରୋନା ସୁରକ୍ଷା ଉପକରଣ ଓ ବାକି ୨୫ ପ୍ରତିଶତ ଅର୍ଥ ଜନସାଧାରଣ ଏବଂ ପୁଲିସ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟୟ କରିବାକୁ ଶୁକ୍ରବାର ହାଇକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ ଓ ଜଷ୍ଟିସ ଅରିଜିତ ବାନାର୍ଜୀଙ୍କୁ ନେଇ ଗଠିତ ପୀଠ ଦୁର୍ଗାପୂଜା କମିଟିଗୁଡିକୁ ଏହି ନିର୍ଦେଶ ଦେଇଛନ୍ତି। ଏପରିକି ଅନୁଦାନ ରାଶିରେ ପୂଜା ଚିଠା ଜିଲା କର୍ତ୍ତୃପକ୍ଷଙ୍କ ପାଖରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ମୋଟ ୩୬ ହଜାର ୯୪୬ଟି ଦୁର୍ଗାପୂଜା କମିଟି ରହିଛି। ଦୁର୍ଗାପୂଜା ସମନ୍ବୟ ବୈଠକରେ ମମତା କହିଥିଲେ ଯେ କରୋନା ଯୋଗୁଁ ସମସ୍ତେ ଆର୍ଥିକ ସଂକଟରେ । ଏପରି ସମୟରେ ୫୦, ୦୦୦ ଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରିଥିଲା ସରକାର । ଏହାର ପ୍ରତିବାଦରେ ‘ସିଆଇଟିୟୁ’ ନେତା ସୌରଭ ଦତ୍ତ ଅକ୍ଟୋବର ୯ରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।