ଭାରତ

ପାକ୍ ଜେଲ୍ ରେ ଭାରତୀୟ ଧୀବର

ବ୍ୟୁରୋ:ପାକିସ୍ତାନରେ ବଢି ଚାଲିଛି ଭାରତୀୟ କଏଦୀଙ୍କ ସଂଖ୍ୟା । କଏଦୀଙ୍କ ଦଣ୍ଡାଦେଶ ସତ୍ତେୁ ବି ଆଇନ ଉଲଙ୍ଘନ କରୁଛନ୍ତି ପାକିସ୍ତାନ ସରକାର । ଦଣ୍ଡାଦେଶ ପୂରଣ ହୋଇସାରିଥିଲେ ମଧ୍ୟ ବଳପୂର୍ବକ କଏଦୀଙ୍କ ଉପରେ ଅତ୍ୟାଚାର କରାଯାଉଛି । ଯାହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ବିଦେଶ ମନ୍ତ୍ରଳାୟର ମୁଖପାତ୍ର ଅରିନ୍ଦମ ବାଗ୍ଚି । ଶ୍ରୀ ବାଗ୍ଚି ଏକ ବିବୃତି ଜରିଆରେ କହିଛନ୍ତି ଗତ ୯ ମାସରେ ୬ଭାରତୀୟ କଏଦୀ ମୃତ୍ୟୁବରଣ କରିଛନ୍ତି । ଏହି ୬ ଜଣ କଏଦୀଙ୍କ ମଧ୍ୟରୁ ୫ ଜଣ ଧୀବର ଥିବା ଜଣା ପଡିଛି । କଏଦୀଙ୍କ ଦଣ୍ଡାଦେଶ ସରିବା ପରେ ବି ଏମାନଙ୍କୁ ବଳପୂର୍ବକ ହାଜତରେ ରଖାଯାଉଥିଲା । ଏହି ଘଟଣା ଉପରେ ଇସଲାମବାଦରେ ଭାରତୀୟ ହାଇ କମିଶନ ଜୋତଦାର ବିରୋଧ କରିଥିବା ବାଗ୍ଚି କହିଛନ୍ତି । ପାକିସ୍ତାନ କତ୍ତୃପକ୍ଷଙ୍କ ନିକଟରେ ଆର୍ନ୍ତଃଜାତୀୟ ଜଳ ସୀମା ୬ ଭାରତୀୟଙ୍କୁ ଉଦ୍ଧାର କରିଥିବା ଦାବି କରିଛି । ଏହି ଘଟଣା ପରେ ପାକିସ୍ତାନର ଅସଲ ଚେହେରା ପଦାରେ ପଡିଛି ।

Related posts

ମହମରେ ବାବା ରାମଦେବ

mahabharatanews

ଦିଲ୍ଲୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୫୬ ମୃତ

mahabharatanews

ପ୍ରଦୂଷଣରେ ବର୍ଷକୁ ଯାଉଛି ୧୫ଲକ୍ଷ ଜୀବନ, ଲାନ୍ସେଟ ଦେଲା ଚିନ୍ତାଜନକ ତଥ୍ୟ

mahabharatanews