Accidentଓଡିଶାଦୁର୍ଘଟଣା

ପୁଲିସ ଜିପ୍‌କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ ; ଦୁଇ ଜଣ ପୁଲିସ କର୍ମଚାରୀ ଆହତ

ବାରିପଦା : ପୁଲିସ ଜିପ୍‌କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ । ଏ ଘଟଣା ଘଟିଛି ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ। ଦୁର୍ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ସୂଚନାନୁସାରେ, ଦୁଇ ଜଣ ପୁଲିସ କର୍ମଚାରୀ ଜଣେ ମହିଳା ଅଭିଯୁକ୍ତକୁ ନେଇ ବାରିପଦାରୁ କେସିପୁର ଫାଣ୍ଡିକୁ ଆସୁଥିଲେ।

ଏହି ସମୟରେ ଶାଳବଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଘୁଷୁରୀ ବୋଝେଇ ଟ୍ରକ୍‌ ସହ ପୁଲିସ୍‌ ଜିପ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲା ବେଳେ ତାଙ୍କ ସାଙ୍ଗରେ ଥିବା ମହିଳା ଅଭିଯୁକ୍ତ ମଧ୍ୟ ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରିବା ସହ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି।

Related posts

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

mahabharatanews

ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ

mahabharatanews

ବଜ୍ରଘାତରେ ମହିଳା ମୃତ , ୩ ଛାତ୍ର ଓ ଜଣେ ଛାତ୍ରୀ ଆହତ

mahabharatanews