ଓଡିଶା

ପାଟଣାରେ ଫୁଟିଲା ବିରଳ ବ୍ରହ୍ମକମଳ

(ପାଟଣା/ ବିଜୟ କାରୁଆ): ପାଟଣାବ୍ଲକ ବଡ଼ପାଟଣା ପଞ୍ଚାୟତ ସଅରାପଶି ଗ୍ରାମର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ବନମାଳୀ ପତିଙ୍କ ଘର ଅଗଣାରେ ଫୁଟିଛି ବିରଳ ବ୍ରହ୍ମ କମଳ ଫୁଲ । ଵର୍ତମାନ କରୋନା ମହାମାରୀ ପରି ସମୟ ରେ ବ୍ରହ୍ମକଲମ ଫୁଟିବା ଏକ ବିରଳ ଘଟଣା । ଏହି ପବିତ୍ର ବ୍ରହ୍ମକମଳ ଫୁଲ କୁ ଦର୍ଶନ କରିବାକୁ ପାଟଣା ଅଞ୍ଚଳ ର ଲୋକ ଙ୍କର ଭିଡ଼ ଦେଖିବାକୁ ମିଳି ଥିଲା। କରୋନା ପରି ମହାମାରୀ ସମୟ ରେ ବ୍ରହ୍ମକମଳ ଫୁଲ ଫିଟିବା କେନ୍ଦୁଝର ଜିଲ୍ଲାରେ ବିରଳ ଘଟଣା । ଏହି ଫୁଲ ମୁଖ୍ୟତ ହିମାଳୟ ପାଦ ଦେଶରେ ଦେଖାବାକୁ ମିଳୁ ଥାଏ । ଫୁଲଟି ବ୍ରହ୍ମା ଙ୍କ ପ୍ରିୟ ହୋଇ ପୂଜା ରେ ଲାଗୁଥିବା ବେଳେ ବନମାଳୀ ପତି ଅତି ଭାଗ୍ୟବାନ ଯେ ତାଙ୍କ ଅଗଣା ରେ ବ୍ରହ୍ମକଲମ ଫୁଲଟି ବା ସାଧାରଣରେ ଚର୍ଚ୍ଚା ହୋଇଛି।

Related posts

ପୁଣି ପ୍ରବାସୀ ଓଡିଆଙ୍କ ବସ ଓଲଟିଲା

mahabharatanews

ପ୍ରସବ ପାଇଁ ଲାଞ୍ଚ ମାଗିଲେ ହସ୍ପିଟାଲ କର୍ମଚାରୀ ନର୍ସ ନିଲମ୍ବିତ, ସୁଇପର ବହିଷ୍କୃତ

mahabharatanews

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଟୁଇଟ

mahabharatanews