ପାଟଣା: କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଲଢେଇ କରୁଛି । ବର୍ତ୍ତମାନ ସ୍ଥିତିରେ ଡାକ୍ତର ଓ ଡାକ୍ତରୀ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ କିନ୍ତୁ ପାଟଣା ଏମ୍ସର ନର୍ସିଙ୍ଗ ଷ୍ଟାଫ ଗୁରୁବାର ଦିନ ଧର୍ମଘଟରେ ବାହାରିଛନ୍ତି । ପ୍ରାୟ ୪୦୦ ନର୍ସିଙ୍ଗ ଷ୍ଟାଫ ଧର୍ମଘଟରେ ସାମିଲ ହୋଇ ବେତନ ବୃଦ୍ଧି ସହ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ଦାବି କରିଛନ୍ତି । ଏମ୍ସ ଫାଟକ ବାହାରେ ସମସ୍ତ ଧର୍ମଘଟ କର୍ମଚାରୀ ଛିଡା ହୋଇଛନ୍ତି । ଫଳରେ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଠପ୍ ହୋଇପଡିଛି ।
ଏମ୍ସର ଏହି ଶାଖା ଆରମ୍ଭ ହେବା ଦିନରୁ ଏହି ଠିକା କର୍ମଚାରୀ ହସ୍ପିଟାଲରେ କାର୍ୟ୍ୟରତ । କରୋନା କାଳରେ ଅନୁବନ୍ଧିତ ନର୍ସିଙ୍ଗ ଅଫିସର ରୋଗରେ ଆକ୍ରାନ୍ତ ହେଲେ କିମ୍ବା ଭବିଷ୍ୟତରେ ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଅସୁବିଧା ହୁଏ ତାହେଲେ ତାଙ୍କୁ ମଧ୍ୟ ସ୍ଥାୟୀ କର୍ମଚାରୀ ଭଳି ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରିବାକୁ ଠିକା ନର୍ସି ଦାବି କରିଛନ୍ତି । କେନ୍ଦ୍ର ସରକାରଙ୍କ ସମାନ କାର୍ୟ୍ୟକୁ ସମାନ ବେତନ ନିୟମ ଏବଂ ନୀତିକୁ ଦୃଷ୍ଟିରେ ରଖି ସେମାନଙ୍କ ଦରମା ବୃଦ୍ଧି କରିବାକୁ କର୍ମଚାରୀ ଦାବି କରିଛନ୍ତି । ଏହାସହ ସ୍ଥାୟୀ କର୍ମଚାରୀଙ୍କ ଭଳି ସେମାଙ୍କୁ ମଧ୍ୟ ଛୁଟି ପ୍ରଦାନ, ଏମ୍ସ ଅଧୀନରେ ରଖାଯାଉ ବୋଲି ଦାବି ହୋଇଛି ।
previous post
