ଓଡିଶା

ପାଣି ଟାଙ୍କି ଉଦଘାଟନକୁ ନେଇ ସାନଖେମୁଣ୍ଡି ବିଧାୟକ ଓ ବ୍ଲକ୍ ପ୍ରଶାସନ ମୁହାଁମୁହିଁ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଛଣମେରି ପଞ୍ଚାୟତରେ ଦେଢ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ଉଦଘାଟନକୁ ନେଇ ସାନଖେମୁଣ୍ଡି ବିଧାୟକ ଓ ବ୍ଲକ୍ ପ୍ରଶାସନ ମୁହାଁମୁହିଁ । ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ୨ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପାଣି ଟାଙ୍କି ଏବଂ ଘର ଘରକୁ ପାଇପ ସଂଯୋଗ ନିମନ୍ତେ ପ୍ରକଳ୍ପ ନିର୍ମାଣ ହୋଇଛି। ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
ତେବେ ତା ପୂର୍ବରୁ ମଙ୍ଗଳବାର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ନିଜେ ଉଦଘାଟନ ପାଇଁ ସ୍ଥିର କରିବା ସହ ସୂଚନା ଫଳକ ସେହି ପାଣି ଟାଙ୍କି ନିକଟରେ ସ୍ଥାପନ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ଏହା ଜାଣିବାକୁ ପାଇ କାର୍ୟ୍ୟକ୍ରମ ବାତିଲ କରିବାକୁ ବିଧାୟକଙ୍କୁ ଜଣାଇଥିଲେ। ବିଧାୟକ କିନ୍ତୁ ରାଜି ହୋଇ ନ ଥିଲେ । ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ସାନଖେମୁଣ୍ଡି ବିଡିଓ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଡ. ଶ୍ରୀନିବାସ ବେହେରା, ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ ସେଠି ପୁଲିସ ଫୋର୍ସ ସହ ଉପସ୍ଥିତ ରହି ସୂଚନା ଫଳକଟି ଉପାଡି ଦେଇଛନ୍ତି। ସମ୍ଭାବ୍ୟ ଉତ୍ତେଜନା ଆଶଙ୍କାରେ ପୁଲିସ ମୁତୟନ ରହିଛି।

 

Related posts

ସାମ୍ବାଦିକ ସଙ୍ଘ ବୈଠକ ଅନୁଷ୍ଠିତ

mahabharatanews

ଅକ୍ଟୋବର ୧୧ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

mahabharatanews

ପିକନିକ୍ ହେଲା କାଳ: ପାଣିରେ ବୁଡି ୨ ଇଞ୍ଜିନିୟରିଂ ଛାତ୍ର ମୃତ

mahabharatanews

Leave a Comment