ଖେଳ

ବଡ଼ଭଇଁରୋରେ କ୍ରିକେଟ ପ୍ରତିଯୋଗିତା

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବଡ଼ଭଇଁରେ ଠାରେ ମା’ କନ୍ଧନବୁଢ଼ୀ ଭଇଁରୋପୀଠ ଯାତ୍ରା ଉପଲକ୍ଷେ ଏକ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଡ଼ଭଇଁରୋ ଡ଼ିଆଇସିସି କ୍ଲବ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାରେ ଫାଇନାଲ୍ ମ୍ୟାଚ କଣ୍ଟାମାଳ ଓ ଥାଳବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି କଣ୍ଟାମାଳ ଦଳ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୫୬ ରନ ସଂଗ୍ରହ କରିଥିଲେ । ଜବାବରେ ଥାଳବନ୍ଧ ଦଳ ୭ ଓଭରରେ ୫୭ ରନ ସଂଗ୍ରହ କରି ଚମ୍ପିଆନ ହୋଇଥିଲା ।
ପ୍ରାରମ୍ଭରେ ବଡ଼ଭଇଁରୋ ସରପଞ୍ଚ ଲୋକନାଥ ଦଳବେହେରା ମୁଖ୍ୟ ଅତିଥି ଭାବରେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଉଦଯାପନୀ ଉତ୍ସବରେ ଝାରତରଭା ପଞ୍ଚାୟତ ସମିତିସଭ୍ୟ ସଞ୍ଜୀବ ନାଏକ ମୁଖ୍ୟ ଅତିଥି, ଅମରସିଂ ଦଳବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳର ଖେଳାଳିଙ୍କୁ ଯୋଗଦେଇ ପୁରସ୍କୃତ କରିଥିଲେ । ମିଥୁନ, ମନୋଜ ମନହୀରା, ଶେଷ, ନାରାୟଣ, ଅରବିନ୍ଦ, ପ୍ରମୋଦ, ରମେଶ, ବବଲୁ, ମିଲନ ବିଦେଶୀ, ରୋହନ, ହାରାଧନ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଭୋଳାନାଥ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ।

 

Related posts

କ୍ରିକେଟର ଅମିତ ମିଶ୍ରାଙ୍କ ନାମରେ ଯୌତୁକ ଏବଂ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

mahabharatanews

ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ନେବେ ଅବସର 

mahabharatanews

ୱେଷ୍ଟଇଣ୍ଡିଜକୁ ହରାଇ ସେମିରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

mahabharatanews