ଓଡିଶା

ପାରାଦ୍ୱୀପକୁ ଯାତାୟାତ ଠପ

ପାରାଦ୍ୱୀପ: ଲକ୍ ଡାଉନକୁ ନେଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ପାରାଦ୍ୱୀପରେ ସାଧାରଣ ଜନତା ଏହାକୁ ସମ୍ମାନ ଜଣାଇଛନ୍ତି । ସ୍ୱତପୂତ ଭାବେ ଲୋକମାନେ ଘର ଭିତରେ ରହିଛନ୍ତି । ତେବେ ପାରାଦ୍ୱୀପ ବନ୍ଦରରେ ପଣ୍ୟ ପରିବହନ ·ଲିଥିବାରୁ କେବଳ ପୋଲିସ ପାସ୍ ପାଇଥିବା କର୍ମ·ରୀ ମାନଙ୍କ ଯିବା ଆସିବା ·ଲିଛି । ଅଠରବାଙ୍କି ଗେଟ୍ ନିକଟରେ ପାରାଦ୍ୱୀପ ଏଡିଏମ କାହ୍ନୁଚରଣ ଧୀର ଓ ଏଏସପି ବିଷ୍ଣୁ ଚରଣ ମିଶ୍ର ଗାଡି ଗୁଡିକୁ ନିଜେ ଚେକିଂ କରୁଥିବା ଦେଖିବାକୁ ମିଳିଛି । କେବଳ ଲୋଡିଂ ଆଇରନ୍ ଗାଡି ଗୁଡିକ ବନ୍ଦର ମଧ୍ୟକୁ ପ୍ରବେଶ କରୁଛନ୍ତି । ହୋଟେଲ ଓ ଢାବା ଗୁଡିକ ବନ୍ଦ ଥିବାରୁ ପାରାଦ୍ୱୀପ ମିଳିତ ଟ୍ରକ ସଙ୍ଘ ପକ୍ଷରୁ ଡ୍ରାଇଭର ଓ ହେଲପର ମାନଙ୍କୁ ଖାଦ୍ୟ ପୁଡିଆ ଯୋଗାଇ ଦିଆଯାଉଛି । ଅନ୍ୟପକ୍ଷରେ ଭୂତମୁଣ୍ଡାଇ ନିକଟରେ ଜାତୀୟ ରାଜପଥ (କ) କେନ୍ଦ୍ରାପଡ଼ା-ପାରାଦ୍ୱୀପ ରାସ୍ତାକୁ ପୋଲିସ ପକ୍ଷରୁ ସିଲ୍ କରାଯାଇଥିବା ବେଳେ ବାହାକୁଦ, ଚଉମୁହାଣୀ ଓ ବାଲିପ୍ଲଟ ରେ ଥିବା ନଦୀ ଘାଟକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛ । ଫଳରେ ଅନ୍ୟ ଜିଲ୍ଲାରୁ ପାରାଦ୍ୱୀପକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

Related posts

ଅନୁଗୁଳ କରୋନା ସଂକ୍ରମିତଙ୍କ ତାଲିକା ଭାଇରାଲ: ଥାନାରେ ମାମଲା

mahabharatanews

ଡେଲାଙ୍ଗ ଦୟା ନଦୀରେ ପ୍ରଥମ ବନ୍ୟା ପାଣି ପ୍ରବାହିତ

mahabharatanews

ବର୍ଷା ପାଣି ଯୋଗୁଁ ଭାଙ୍ଗିଗଲା ଝୁଲା ପୋଲ

mahabharatanews