(ନୂଆଦିଲ୍ଲୀ): ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ୪ ଦୋଷୀଙ୍କ ପାଇଁ ଦିନକୁ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡିଛି । ତିହାର ଜେଲ କତ୍ତୃପକ୍ଷଙ୍କ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ମିଳିଛି । କୋର୍ଟ ଯେଉଁଦିନ ଦୋଷୀମାନଙ୍କ ବିରୁଦ୍ଧରେ ଡେଥ୍ ୱାରେଣ୍ଟ ଜାରି କରିଥିଲେ, ସେହିଦିନ ଠାରୁ ତିହାର ଜେଲ କର୍ତ୍ତୃପକ୍ଷ ଏହି ଖର୍ଚ୍ଚ କରୁଛନ୍ତି । ଦୋଷୀମାନଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟା ମୁତୟନ ଥିବା ୩୨ ସୁରକ୍ଷାକର୍ମୀ ଓ ଫାଶୀ ଦେବା ବାବଦ କରାଯାଇଥିବା ଅନ୍ୟ କାମରେ ଏହି ଟଙ୍କା ଖର୍ଚ୍ଚ ହେଉଛି । ସୁରକ୍ଷାକର୍ମୀଙ୍କ ସିଫ୍ଟ ପ୍ରତିି ୨ ଘଣ୍ଟାରେ ପରିବର୍ତ୍ତନ କରାଯାଉଛି । ପ୍ରତ୍ୟେକ ଦୋଷୀଙ୍କ ସେଲ ବାହାରେ ୨ ଜଣ ଲେଖାଏଁ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି । ସେମାନଙ୍କ ମଧ୍ୟରୁ ତାମିଲନାଡୁ ସ୍ପେଶାଲ ପୋଲିସର ଜଣେ ଯବାନ ଓ ଅନ୍ୟ ଜଣେ ଜେଲ ପ୍ରଶାସନ ପକ୍ଷରୁ ନିୟୋଜିତ ହୋଇଛନ୍ତି । ଫାଶୀ ପୂର୍ବରୁ ଦୋଷୀମାନେ ଜେଲରୁ ଫେରାର ହେବାକୁ ଉଦ୍ୟମ ଅର୍ଥାତ ଆତ୍ମହତ୍ୟା କାଳେ କରିନେବେ ତାହା ଆଶଙ୍କା କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୂଚନାଯୋଗ୍ୟ, ଡେଥ୍ ୱାରେଣ୍ଟ ଜାରି ହେବା ପୂର୍ବରୁ ନିର୍ଭୟା ଦୋଷୀମାନଙ୍କୁ ଅନ୍ୟ କଏଦୀଙ୍କ ସାଥିରେ ରଖାଯାଉଥିଲା ବୋଲି ତିହାର ଜେଲର ଜଣେ ଅଧିକାରୀ କହିଛନ୍ତି ।
previous post
next post