ଓଡିଶା

ଦାଣ୍ଡମୁକୁନ୍ଦପୁର ଗ୍ରାମ କଣ୍ଟନମେଣ୍ଟ ଜୋନ୍ ଘୋଷଣା

(ଜୟନ୍ତ ସେଠି/ ଗୋପ): ପୁରୀ ଜିଲ୍ଲା ପିପିଲିରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ସ୍ବାମୀ,ସ୍ତ୍ରୀ ଙ୍କୁ କରୋନା ସଂକ୍ରମଣ ହେବାର ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଏହି ଦମ୍ପତି ଜୁନାଗଡ଼ରୁ ପିପିଲି ଫେରି ନିଜର ସ୍ୱାସ୍ଥ୍ୟ ପରିକ୍ଷା କରାଇଥିଲେ। ନେଗେଟିଭ ରିପୋର୍ଟ ଆସିବା ପରେ ସେମାନେ ମଙ୍ଗଳପୁର ନିଜ ଘରେ ରହିବା ସହ ବନ୍ଧୁ ବାନ୍ଧବ ଘରକୁ ଯାଇଥିଲେ। ୩ଦିନ ତଳେ ସେମାନଙ୍କ ଦେହ ପୁନର୍ବାର ଅସୁସ୍ଥ ଜଣାପଡିବା ପରେ ସେମାନେ ପୁରୀରେ ସେମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଇଥିଲେ। ଗତ କାଲି ରାତିରେ ସେମାନଙ୍କ ରିପୋର୍ଟ କରୋନା ପଜେଟିଭ୍ ବୋଲି ଜଣାପଡିବା ପରେ ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ଗ୍ରାମ କଣ୍ଟନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

Related posts

କବାଟ ଭାଙ୍ଗି ଲୁଟିନେଲେ

mahabharatanews

ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ୨୦୨୫ ଅନୁଷ୍ଠିତ

mahabharatanews

ଷଡ଼ଙ୍ଗୀ ରେଞ୍ଜ ଲତାଦେଇପୁର ନିକଟରେ ବୁଲୁଛି ଅସୁସ୍ଥ ହାତୀ

mahabharatanews