ଓଡିଶା

ପୁଣି ସାମ୍ନାକୁ ଆସିଲା କୋଭିଡ ନିୟମ ଉଲଘଂନର ସାଂଘାତିକ ଚିତ୍ର

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀର ଭୟାବହତା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନ ସଂକ୍ରମଣ ରୋକିବା ପାଇଁ ନୂଆ ନୂଆ ପଦକ୍ଷେପ ନେଉଥିବା ବେଳେ ଅଧିକାଂଶ ଲୋକ ଅମାନିଆ ହେଉଛନ୍ତି। ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରଖିବା ପାଇଁ ସରକାରୀ ସ୍ତରରେ ଓ ବେସରକାରୀ ସ୍ତରରେ ଅନୁରୋଧ କରାଯାଉଥିବା ବେଳେ କିଛି ଲୋକ ଗୁରୁତ୍ବର ସହ ମାନୁ ନାହାନ୍ତି। ସଂକ୍ରମଣ ନବ୍ୟାପିବା ପାଇଁ ସଭାସମିତି ,ଧାର୍ମିକ କାର୍ୟ୍ୟକ୍ରମ କିମ୍ବା ରାଜନୈତିକ କାର୍ୟ୍ୟକ୍ରମ ଉପରେ କଟକଣା ଜାରି ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅନ୍ତର୍ଗତ ବାକୁଟୁଗାଁ ପଞ୍ଚାୟତର ପାରିନୂଆଁଗଁ ପଙ୍ଗୀସାହି ନିକଟରେ ମାଆ ବାହୂତୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ୟ୍ୟକ୍ରମ ଚାଲି ଥିଲା । ଶହଶହ ଲୋକ ରୁଣ୍ଡ ହୋଇଥିବା ବେଳେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। କୌଣସି ବିଶ୍ବସ୍ତ ସୂତ୍ରରୁ ଖଲିକୋଟ ପୋଲିସ ଖବର ପାଇ ଘଟଣା ସ୍ଥଳରେ ଥାନା ଅଧିକାରୀ ,ପୋଲିସ କର୍ମଚାରୀ ଏବଂ ଖଲ୍ଲିକୋଟ ତହସିଲଦାର ଙ୍କ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ଥିଲେ। ପୋଲିସ ଆସିବା ପୂର୍ବରୁ ରୁଣ୍ଡ ହୋଇଥିବା ଲୋକମାନେ ଛତ୍ରଭଙ୍ଗ ଦେଇ ଥିଲେ । ପୋଲିସ ରୋଷେଇ ହୋଇଥିବା ରନ୍ଧା ଖାଦ୍ୟ ସହ ରୋଷେଇ ସାମଗ୍ରୀ,ହଣ୍ଡାହାଣ୍ଡି , ଡାକବାଜୀ ଯନ୍ତ୍ର ,ମ୍ୟୁଜିକ ଜିନିଷ ସହ ବହୁ ଜିନିଷପତ୍ର ଜବତ କରିବା ସହ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ମାନଙ୍କୁ ପଚାରା ଉଚର କରି ଅଧିକ ତଦନ୍ତ କରୁଛି। ପ୍ରକାଶ ଥାଉକି ଦୁଇ ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅଞ୍ଚଳରେ ହନୁମାନ ମନ୍ଦିର ପ୍ରତିଷ୍ଠା ଖବର ପାଇ ପୋଲିସ ୧୧ ଜଣଙ୍କୁ ଗିରଫ କରିବା ସହ ଅନ୍ୟାନ୍ୟ ପଦକ୍ଷେପ ନେଇଛି।କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସରପଂଚ ମାନଙ୍କୁ ଜିଲାପାଳ କ୍ଷମତା ଦିଆଯାଇଥିବା ବେଳେ ସରପଞ୍ଚ ନିଜେ ଏହି ଗ୍ରାମର ଅଟନ୍ତି । ତଥାପି କେମିତି।ହେଉଛି ନିୟମର ଉଲଂଘନ। ଏତେ ବଡ଼ ପ୍ରସ୍ତୁତି ର କେମିତି ଜାଣିପାରୁନି ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ।କେବେ ସୁଧୁରିବେ ଲୋକ ମାନେ, ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି।

Related posts

ଉପକୂଳ ଅଞ୍ଚଳରେ ବୃଦ୍ଧି ପାଇବ ତାପମାତ୍ରା

mahabharatanews

 ‘ଲକ୍ଷ୍ମୀ’ଯୋଜନାକୁ ବିରୋଧ ;  କୋରାପୁଟ ଓ ମାଲକାନଗିରିରେ ବସ ଚଳାଚଳ ବନ୍ଦ

mahabharatanews

ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

mahabharatanews