ଓଡିଶା

ପୁଣି ୬୪୭ କରୋନା ପଜିଟିଭ ବାହାରିଲେ

ଭୁବନେଶ୍ଵର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଓ ୨୧୬ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୨୨୫ କରୋନା ମାମଲା ରହିଥିବା ବେଳେ ଏହାକୁ ମିଶାଇ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ପାର୍‌ ହୋଇଛି।
ଆଜିର ୬୪୭ ସଂକ୍ରମିତ ୨୩ଟି ଜିଲାରୁ ଚିହ୍ନଟ ହୋଇଛନ୍ତି। ସେଥିରୁ ଗଞ୍ଜାମରୁ ୨୨୫, କଟକରୁ ୮୪, ଅନୁଗୋଳ ଜିଲାରୁ ୩୭, ବାଲେଶ୍ଵରରୁ ୪୦, ବରଗଡ଼ରୁ ୪, ଭଦ୍ରକରୁ ୧୨, ବଲାଙ୍ଗିର, କନ୍ଧମାଳରୁ ୫ ଲେଖାଏ, ଢେଙ୍କାନାଳରୁ ୧୦, ଜଗତ୍‌ସିଂହପୁରରୁ ୭, ଯାଜପୁର ୨, କେନ୍ଦ୍ରାପଡ଼ା ୧୩, ଖୋର୍ଦ୍ଧାରୁ ୬୮, କେନ୍ଦୁଝର ୮, କୋରାପୁଟ ୨୮ ଏବଂ ମାଲକାନଗିରିରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୨, ନୟାଗଡ଼ ୪, ରାୟଗଡ଼ା ୪୭, ସମ୍ବଲପୁର ୧୦, ସୋନପୁର ୧ ଏବଂ ସୁନ୍ଦରଗଡ଼ରୁ ୨୨ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୨ ହଜାର ୯୦୯ ସୁସ୍ଥ ହୋଇଥିବାବେଳେ ୫୭୧୫ ସକ୍ରିୟ ରୋଗୀ ରହିଛନ୍ତି।

Related posts

୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ

mahabharatanews

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

mahabharatanews

ବଢୁଛି ଶୀତ

mahabharatanews