ଓଡିଶା

ପୁରୀକୁ ଆସିପାରିବେନି ପଶ୍ଚିମବଙ୍ଗ ଫେରନ୍ତା: ଜିଲ୍ଲାପାଳ

(ଜୟନ୍ତ ସେଠି /ଗୋପ): ମେ ମାସ ୩ ତାରିଖ ଯାଏ ରହିଛି ଲକ ଡାଉନ । ତେବେ ଗ୍ରାମାଞ୍ଚଳରେ କେତେକ କାର୍ୟ୍ୟରେ ଲକ ଡାଉନ କୋହଳ କରାଯାଇଛି। କିନ୍ତୁ ସହରାଂଚଳ ଏବେବି ଲକ ଡାଉନ କଟକଣା ବଳବତ୍ତର ରହିଛି । ଏଣୁ ଜରୁରୀ କାର୍ୟ୍ୟ ନ ଥିଲେ ଘରୁ ନ ବାହାରି ବାକୁ ପୁରୀ ବାସିନ୍ଦାଙ୍କୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି । ସେହିପରି ପରିବା କି ରାସନ ସାମଗ୍ରୀ ଆଣିବା ପାଇଁ ବାଇକ ନେବା କଟକଣା ଏବେବି ରହିଛି। ବାଇକ ଧରି ଲୋକ ମାନେ ବାହାରିଲେ କଡା କାର୍ୟ୍ୟନୁଷ୍ଠାନ ସହ ବାଇକ ସିଜ ମଧ୍ୟ କରାଯିବ ବୋଲି ପୁରୀ ଜିଲ୍ଲାପାଳ ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି। ସେହିପରି ପୂର୍ଵ ନିର୍ଦେଶ ଅନୁଯାୟୀ ସକାଳ ୬ରୁ ସନ୍ଧ୍ୟା ୬ ଟା ଯାଏଁ ଗ୍ରୋସରି ସମେତ ଜରୁରୀ ସେବା ଦୋକାନ ଖୋଲା ରହିବ। ସେହି ପରି ପରିବା ଦୋକାନ ଗୁଡିକରେ ସାମାଜିକ ଦୂରତ୍ୱ ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ କହିଛନ୍ତି । ତେବେ ସହରରେ କେତେକ ଜରୁରୀ ସେବା ସାମଗ୍ରୀ ଦରକାର ନ ଥିବା ଦୋକାନ ଲୁଚା ଛପାରେ ଖୋଲୁ ଥିବାରୁ ଏହା ବିରୋଧରେ କଡା କାର୍ୟ୍ୟନୁଷ୍ଠାନ ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି। ସେହିପରି ପଶ୍ଚିମବଙ୍ଗରୁ କେହି ଯେପରି ବ୍ୟକ୍ତି ପୁରୀ ଜିଲ୍ଲାରେ ନ ପ୍ରବେଶ କରନ୍ତି ସେ ନେଇ ସତର୍କ ରହିବାକୁ ପୋଲିସ ଓ ପ୍ରଶାସନକୁ ସଜାଗ ରଖାଯାଇ ଥିବା ଜିଲ୍ଲାପାଳ କହିଛନ୍ତି । କଣାସ ଅଞ୍ଚଳରେ ଜଣେ ଶ୍ରମିକ ସାଇକେଲ ପଶ୍ଚିମବଙ୍ଗରୁ ଆସିଥିବା ଜଣାପଡିବା ପରେ ଉକ୍ତ ଶ୍ରମିକକୁ କ୍ଵରେନ ଟାଇନ ରେ ରଖାଯାଇଛି। ସେହିପରି ପଶ୍ଚିମବଙ୍ଗରେ ଥିବା ପୁରୀର କୌଣସି ବ୍ୟକ୍ତି ଲକ ଡାଉନକୁ ଉଲଘଂନ କରି ପୁରୀକୁ ନ ଆସିବାକୁ ଜିଲାପାଳ ବଲବନ୍ତ ସିଂ ଚେତାଵନୀ ଦେଇ ଛନ୍ତି। ମେ ୩ ପର୍ୟ୍ୟନ୍ତ ଧର୍ୟ୍ୟ ଧରି ରହିବାକୁ ସେ କହିଛନ୍ତି । ଲକ ଡାଉନ ପରେ ସରକାରୀ ପ୍ରକ୍ରିୟା ଅନୁଯାୟୀ ରାଜ୍ୟ ବାହାର ଲୋକଙ୍କୁ ଅଣାଯିବ ବୋଲି କହିଛନ୍ତି ଜିଲାପାଳ ବଲବନ୍ତ ସିଂ।

Related posts

ସରିଲା ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ

mahabharatanews

ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ

mahabharatanews

ରାଷ୍ଟ୍ରୀୟମର୍ଯ୍ୟଦାରେ ହେବ  ସ୍ୱାଧୀନତା ସଂଗ୍ରାମୀ ମକରଙ୍କ ଶେଷକୃତ୍ୟ

mahabharatanews