ଓଡିଶା

ପୁରୀର ନାମ ପରିବର୍ତ୍ତନ ଅନାବଶ୍ୟକ: ଶଙ୍କରାଚାର୍ଯ୍ୟ

ପୁରୀ: ପୁରୀର ନାମ ପରିବର୍ତ୍ତନ ଅନାବଶ୍ୟକ । ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଲେ ପୁରୀର ନାମ ପରିବର୍ତ୍ତନର ଆବଶ୍ୟକତା ନାହିଁ ପୁରୀ କହିଲେ ଜଗନ୍ନାଥ ପୁରୀକୁ ବିଶ୍ୱବାସୀ ଜାଣିଥାନ୍ତି । ଏଣୁ ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥ ପୁରୀ କରିବାର କୌଣସି ଆବଶ୍ୟକତା ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଗତ କିଛି ଦିନ ଧରି ପୁରୀର ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁରୀର ନାମ ବଦଳେଇବାକୁ ନେଇ ଦାବି ହୋଇ ଆସୁଥିଲା । ନାମ ପରିବର୍ତ୍ତନ ସମ୍ପର୍କରେ ଗତ ଶ୍ରୀମନ୍ଦିର ପରିଚାଳନା କମିଟିରେ ଚର୍ଚ୍ଚା ହୋଇଥିଲା । ପୁରୀର ନାମ ଜଗନ୍ନାଥ ପୁରୀ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇ ପୁରୀ ରେଳଷ୍ଟେସନ ନିକଟରେ ଧାରଣା ଦିଆଯାଇଥିଲା ।

 

Related posts

ଲାଲ ବାହିନୀର ଧମକ, ପ୍ରତିଶୋଧ ନେବ ଦୁଇ ସଦସ୍ୟଙ୍କ ହତ୍ୟାର

mahabharatanews

ପୁଣି ଫେରିବ ହିଟ ୱେଭ

mahabharatanews

ସରକାରଙ୍କ ନୂଆ ଗାଇଡଲାଇନ୍, ନିଲାମ ବନ୍ଦ କରି ଆରମ୍ଭ ହେବ ଇ-ଲଟେରୀ ବ୍ୟବସ୍ଥା

mahabharatanews