ଗୋପ: ବଡଦିନ ପାଇଁ ବେଶ ଚଳଚଂଚଳ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀ । ବଡଦିନ ଠାରୁ ନୂଆବର୍ଷ ପାଇଁ ବେଶ ଭିଡ ଜମିଥାଏ ପର୍ଯ୍ୟଟକଙ୍କର । ଆଉ ଏଥିପାଇଁ ବେଳାଭୂମିରେ ବାଲୁକାଶିଳ୍ପୀଙ୍କ ପକ୍ଷରୁ ସ୍ୱତନ୍ତ୍ର ବାଲୁକାକଳାକୃତି କରାଯାଉଛି । ପ୍ରତିବର୍ଷ ଭଳି ପର୍ଯ୍ୟଟକଙ୍କୁ ଅ ।କର୍ଷିତ କରିବା ପାଇଁ ବେଳାଭୂମିରେ ବାଲୁକା କଳାରେ ସମ୍ଭାର ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବଡଦିନ ଅବସରରେ ଗୋ ଗ୍ରୀନର ବାର୍ତ୍ତା ଦେଇ ସାନ୍ତାକ୍ଲଜର ଥ୍ରୀଡି ଆର୍ଟ ର୍ନିମାଣ କରିଛନ୍ତି । ପୁରୀ ସୁବର୍ଣ୍ଣ ବେଳାଭୂମିରେ ନିର୍ମାଣ କରିଥିବା ଏହି ଅ ।କର୍ଷଣୀୟ ବାଲୁକା ଥ୍ରୀଡି ଅ ।ର୍ଟରେ ସବୁଠୁ କୌତୁହଳର ଦୃଶ୍ୟ ଦେଖିବାକୁ ମିଳିଛି । ଅଢେଇ ହଜାର ବର୍ଗଫୁଟର ଏହି ଥ୍ରୀଡି ଅ ।ର୍ଟରେ ସାନ୍ତାକ୍ଲଜ ସମୁଦ୍ର କୂଳରେ ଛିଡାହେବା ଭଳି ଦେଖାଯିବା ସହ କ୍ରୀଷମାସ ଟ୍ରି ଉପହାର ଦେଉଥିବା ଭଳି ନଜରକୁ ଅ ।ସିଛ । ଏହି ଥ୍ରୀଡି ସ୍ୟାଣ୍ଡ ଅ ।ର୍ଟ ଜରିଆରେ ଗୋ ଗ୍ରୀନ୍ର ବାର୍ତ୍ତା ଦେବା ସହ ଖ୍ରୀଷ୍ଟମାସ ଅବସରରେ ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବେଳାଭୂମିରେ ଅ ।ନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି । ସେହିପରି ଖ୍ରୀଷ୍ଟମାସ ଉପଲକ୍ଷେ ଲାଇଟ ହାଉସ ବେଳାଭୂମିରେ ଅ ।ନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଏକ ନିଅ ।ରା ଚିନ୍ତାଧାରା ମାଧ୍ୟମରେ ବାଲୁକା କଳାରେ ବଡଦିନକୁ ନିଅ ।ରା ଢଙ୍ଗରେ ପାଳନ କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କ ସ୍ୟାଣ୍ଡଅ ।ର୍ଟ ପାର୍କରେ ଗଢିଛନ୍ତି ଏକାଧିକ ଅ ।କର୍ଷଣୀୟ ବାଲୁକାକୃତୀ । ଏହି ବାଲୁକା କଳା ଗୁଡ଼ିକୁ କରିବା ପାଇଁ ଦୀର୍ଘ ୧୫ ଦିନ ଧରି ପ୍ରୟାସ କରିଛନ୍ତି । ପ୍ରତ୍ୟେକ ସ୍କଲ୍ଚର ୮ ରୁ ୧୦ ଫୁଟ୍ ବିଶିଷ୍ଟ ଏବଂ ଏଥିରେ ୪୦ ଟନ୍ ରୁ ଅଧିକ ବାଲି ଉପଯୋଗ କରାଯାଇଛି ।ଏହି ବାଲୁକା କଳା ଗୁଡ଼ିକୁ ନିର୍ମାାଣ କରିବାକୁ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ସେପଟେ କୋଣାର୍କ ନିକଟସ୍ଥ ମା ଭଗବତୀ ବିହାର ସ୍ଥିତ ଭେଙ୍କେଟେଶ୍ୱର ଇଂରାଜୀ ମିଡିୟମ ସ୍କୁଲରେ ଖ୍ରୀଷ୍ଟମାସ ଉତ୍ସବ ବହୁ ଅ ।ଡ଼ମ୍ବରେ ପାଳନ ହୋଇଛି । ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ଖ୍ରୀଷ୍ଟମାସ ଟ୍ରି ଜିଙ୍ଗଲବେଲ ରଖି ସାନ୍ତାକ୍ଲଜ ନିଜର ଜାଦୁ ଦେଖେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ବହୁ ଅ ।ନନ୍ଦ ଉଲ୍ଲାସର ସହ ପାଳନ କଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରସାଦ ରଂଜନ ପାତ୍ର, ମୁଖ୍ୟ ପରି·ଳକ ମାନସ ରଞ୍ଜନ ମୁଦୁଲି, କ୍ରୀଡା ଶିକ୍ଷକ ଅମିୟ ଭୂଷଣ ମହାନ୍ତି ଓ ବିନୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
previous post
next post