Uncategorized

ପୂଜାର୍ଚ୍ଚନା ପରେ ପଢୁଛନ୍ତି ତ ଏହି ମନ୍ତ୍ର

(ମହାଭାରତ): ଭଗବାନଙ୍କ ପ୍ରତି ଭକ୍ତି ଏବଂ ଆସ୍ଥା ରଖି ପ୍ରତ୍ୟେକ ମଣିଷ ପୂଜା କରନ୍ତି ଯାହା ସେମାନଙ୍କୁ ଆନ୍ତରିକ ଶକ୍ତି ପ୍ରଦାନ କରିଥାଏ ଏବଂ ମନୋବଳ ଦୃଢ କରିଥାଏ । ସମସ୍ତେ ଚାହାନ୍ତି ସେମାନେ କରିଥିବା ପୂଜାରେ ଭଗବାନ ପ୍ରସନ୍ନ ହୁଅନ୍ତୁ ଏବଂ ତାଙ୍କୁ ଆଶୀର୍ବାଦ କରନ୍ତୁ । କିନ୍ତୁ ପ୍ରାୟ ସମୟରେ ଏମିତି ହୋଇଥାଏ ଯେ ଆମେ ପୂଜା-ପାଠ ତ ଭଲ ଭାବେ କରନ୍ତି କିନ୍ତୁ ପୂଜାରେ ପରେ କ୍ଷମା ପ୍ରାର୍ଥନା କରନ୍ତି ନାହିଁ । ଯାହାର ନିୟମ ହିନ୍ଦୁଧର୍ମରେ ରହିଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ହିନ୍ଦୁଧର୍ମରେ କ୍ଷମା ପ୍ରାର୍ଥନା ପାଇଁ ଜପ କରାଯାଉଥିବା ମନ୍ତ୍ର ଜାଣନ୍ତୁ :
ଏହି ମନ୍ତ୍ରର ଅର୍ଥ ହେଉଛି ଭଗବାନ ମୁଁ ଆପଣଙ୍କୁ ଆମନ୍ତ୍ରଣ କରିବା ଏବଂ ବିଦା କରିବା ଜାଣି ନାହିଁ । ମୋତେ ପୂଜା-ପାଠ ମଧ୍ୟ କରିବା ଆସେ ନାହିଁ । ମୋ ଦ୍ୱାରା ହୋଇଥିବା କୌଣସି ବି ଭୁଲକୁ କ୍ଷମା କରନ୍ତୁ । ମୋତେ ମନ୍ତ୍ର ଜପିବା ଆସେ ନାହିଁ ଓ ପୂଜା କରିବା ପ୍ରକ୍ୟୀୟା ମଧ୍ୟ ଜଣାନାହିଁ । ମୋ ପୂଜା ସ୍ୱୀକାର କରନ୍ତୁ ପ୍ରଭୁ ।
ଯଦି ଆପଣ ଏହି ମନ୍ତ୍ରକୁ ଜପ କରିପାରୁନାହାନ୍ତି ତେବେ ଆପଣ ବିନା ମନ୍ତ୍ର କରି ବି କ୍ଷମା ପ୍ରାର୍ଥନା କରିପାରିବେ । କାହିଁକି ନା କ୍ଷମା ମାଗିବା ଦ୍ୱାରା ଆମ ମନରେ ଅହଂକାର ଭାବନା ଆସିନଥାଏ । ଭଗବାନଙ୍କୁ କ୍ଷମା ମାଗିବାର ଏହି ପରମ୍ପରା ଏହା ଜଣାଇଥାଏ ଯେ ବ୍ୟକ୍ତିଙ୍କୁ ନିଜର ଭୁଲ ପାଇଁ ତୁରନ୍ତ କ୍ଷମା ମାଗିବା ଜରୁରୀ ।

Related posts

ବାଜପେୟୀ ଓ ମାଲବିୟ ଜୟନ୍ତୀରେ  ସଂସଦର କେନ୍ଦ୍ରୀୟ ହଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ

mahabharatanews

ବରିଷ୍ଠ ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

mahabharatanews

ଆମେରିକାକୁ ମିଥ୍ୟା ପ୍ରମାଣ କରିବାକୁ ଚୀନ ଦେଲା ତଥ୍ୟ

mahabharatanews