ଭାରତ

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ପୁଣି ଅସୁସ୍ଥ

ନୂଆଦିଲ୍ଳୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ପୁଣି ଅସୁସ୍ଥ । ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏମ୍ସ ଯାଇ ସିଂଙ୍କୁ ଭେଟିଛନ୍ତି । ସେଠାରେ ସେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କୁ ଭେଟି ସିଂଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି । ସିଂଙ୍କ ଅସୁସ୍ଥତା ସମ୍ପର୍କରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୋଦି ଲେଖିଛନ୍ତି, “ମୁଁ ଡକ୍ଟର ମନମୋହନ ସିଂଙ୍କ ସୁସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।’
ଗତକାଲି ସିଂଙ୍କୁ ଜ୍ୱର ହେବା ସହ ସେ ଦୁର୍ବଳତା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚଳିତ ବର୍ଷ ଆରମ୍ଭରେ ମଧ୍ୟ କୋଭିଡ୍ ଆକ୍ରାନ୍ତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମାର୍ଚ୍ଚ ୪ ଏବଂ ଏପ୍ରିଲ ୩ ରେ ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ଟିକା ନେଇଛନ୍ତି ।
ଏନେଇ ଏମ୍ସ ପକ୍ଷରୁ କୁହାଯାଇଛି, ୯୮ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜ୍ବର ହୋଇଥିଲା । ଏହା ପରେ ସେ ଅତ୍ୟନ୍ତ ଦୁର୍ବଳତା ଅନୁଭବ କରିଥିଲେ । ତେଣୁ ସେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଆସିଥିଲେ । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅବଜର୍ଭେସନରେ ରଖା ଯାଇଛି । ତେବେ ଚିନ୍ତାର କିଛି କାରଣ ନାହିଁ ବୋଲି ହସ୍ପିଟ।।ଲ ପକ୍ଷରୁ କୁହାଯାଇଛି ।

 

Related posts

ତାଇୱାନରେ ଅଧିକ ଶକ୍ତିଶାଳୀ ଭୂକମ୍ପ

mahabharatanews

 ଗଭୀର ଖାଇକୁ ଖସିପଡିଲା  ଯାତ୍ରୀବାହୀ ବସ୍,୩୦ ମୃତ

mahabharatanews

ଏକକ ନିର୍ବାଚନ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

mahabharatanews