Uncategorized

ପେଟ ଥଣ୍ଡା କରେ ଗୁଡ

(ମହାଭାରତ): ନିୟମିତ ଗୁଡ ସେବନ କରିବା ଦ୍ୱାରା ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ । ଏହାକୁ ଆପଣ ନିୟମିତ ଡାଏଟର ସାମିଲ କଲେ ଶରୀରକୁ ଅନେକ ଲାଭ ମିଳିଥାଏ । ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ଗ୍ରାମ ଗୁଡ ସେବନ କରିବା ଉଚିତ । ଚିନି ଖାଇଲେ ଶରୀରରେ ଅମ୍ଳ ବୃଦ୍ଧି ହେବା ସହ ଏସିଡିଟି ରୋଗ ବଢେ । ହେଲେ ଗୁଡ ଖାଇବା ଦ୍ୱାରା ଅମ୍ଳ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଥାଏ ।
ଗୁଡ ସେବନର ଫାଇଦା ସମ୍ପର୍କରେ ଜାଣନ୍ତୁ-
ହାଡ ଶକ୍ତ ରଖେ:
ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିରେ ଦରଜ ଅନୁଭବ ହେଉଛି ତେବେ ଗୁଡ ସହିତ ଅଦା ଖାଇବା ଦ୍ୱାରା ଆପଣଙ୍କୁ ଲାଭ ମିଳିଥାଏ । କାରଣ ଗୁଡରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଫୁସଫରସ ରହିଛି । ଏହି ଦୁଇଟି ତତ୍ତ୍ୱ ହାଡ ଶକ୍ତ କରିବାରେ ସହାୟତା କରେ ।
ଏନିମିଆ ରୋଗ:
ଗୁଡରେ ପ୍ରଚୁର ପରିମାଣରେ ଆଇରନ ଥିବାରୁ ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏଥିସହିତ ଏନିମିୟା ରୋଗୀଙ୍କ ପାଇଁ ଗୁଡର ସେବନ ଖୁବ ଉପକାରୀ ହୋଇଥାଏ ।
ଥଣ୍ଡାକାଶ:
ଗୁଡ ଗରମ ହୋଇଥିବାରୁ ଥଣ୍ଡା ଦିନରେ ଏହାକୁ ଖାଇଲେ ଶରୀରର ଉଷୁମ ରହିଥାଏ । ଏଥିସହିତ ଥଣ୍ଡା ଓ କାଶ ଭଳି ରୋଗରୁ ରକ୍ଷା କରିଥାଏ । ଗୁଡ ଖାଇଲେ ସଂକ୍ରମଣ ଜନିତ ରୋଗରୁ ବି ମୁକ୍ତି ମିଳିଥାଏ ।
ଗଳା ସମସ୍ୟା:
କଳା ଲଙ୍କା, ଅଦା ଓ ଗୁଡକୁ ମିଶାଇ ଖାଇବା ଦ୍ୱାରା ଥଣ୍ଡା ଜ୍ୱର ଦୂର ହୁଏ । ଯଦି ଆପଣ ଗୁଡ ଓ ଅଦାକୁ ଗରମ କରି ଖାଇବେ ତେବେ ଗଳା ଜନିତ ସମସ୍ୟାରୁ ତୁରନ୍ତ ଆରାମ ମିଳିବ ।
ପେଟ ପାଇଁ ଲାଭଦାୟକ:
ଯଦି ଆପଣଙ୍କର କୋଷ୍ଠକାଠିନ୍ୟ,ଗ୍ୟାସ ଓ ଅମ୍ଳ ସମସ୍ୟା ରହିଛି ତେବେ ଗୁଡ ଖାଇବା ଭଲ । ଯଦି ଆପଣଙ୍କର ଆମ୍ବିଳା ହେକୁଟି ଆସୁଛି ତେବେ ଗୁଡ ସହିତ କଳା ଲୁଣ ମିଶାଇ ଖାଆନ୍ତୁ । ଦେଖିବେ ନିହାତି ଆରାମ ଲାଗିବ । ଖାଇବା ପରେ ଗୁଡ ଖାଇବା ଦ୍ୱାରା ହଜମ ଶକ୍ତି ବଢିବା ସହ ଭୋକ ଲାଗିଥାଏ ।
ପେଟ ଥଣ୍ଡା ରଖେ ଗୁଡ:
ଖାଇବା ପିଇବା ଠିକ୍ ଭାବେ ନକଲେ ପେଟ ଗରମ ହୋଇଯାଏ । ଏହାସହ ପରିସ୍ରା ପୋଡା ଭଳି ସମସ୍ୟା ଦେଖାଦିଏ । ଏଭଳି କ୍ଷେତ୍ରରେ ଲେମ୍ବୁ ମିଶ୍ରିତ ପାଣିରେ ଗୁଡ ମିଶାଇ ପିଇଲେ ପେଟ ଥଣ୍ଡା ହୋଇଥାଏ ।
ଥଣ୍ଡା-କାଶରୁ ମୁକ୍ତି :
ଥଣ୍ଡା କାଶରୁ ମୁକ୍ତି ପାଇବା ଲାଗି ଗୁଡ ଲାଭଦାୟକ । କଳା ଲୁଣ ଏବଂ ଅଦା ସହିତ ଗୁଡ ମିଶାଇ ଖାଇଲେ ଥଣ୍ଡା କାଶରୁ ଆରାମ ମିଳିଥାଏ । ଯଦି କାଶ ଲାଗିରହେ ତେବେ ଗୁଡ ଖାଇବା ଉଚିତ । ଗୁଡ ସହିତ ଅଦା ମିଶାଇ ଗରମ କରି ଖାଇବା ଦ୍ୱାରା ଗଳା ଠିକ୍ ଲାଗିଥାଏ ।

Related posts

ବିଶ୍ୱର ବଡ଼ ମସଜିଦ “ସେଖ ଯାୟଦ ଗ୍ରାଣ୍ଡ”

mahabharatanews

୩୭ ବର୍ଷରେ ପାଦ ଥାପିଲେ ସିଦ୍ଧାର୍ଥ

mahabharatanews

ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ

mahabharatanews