ଅପରାଧ

ପୋଲରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ଶୁକ୍ରବାର ରାତିରେ କଟକ କାଠଯୋଡ଼ି ପୋଲ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଗୁରୁତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଯୁବତୀଙ୍କ ଘର ନୟାଗଡ ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ପୁଲିସ ପରିବାର ବର୍ଗଙ୍କୁ ଯୋଗାଯୋଗ କରି ତଦନ୍ତ ଚଳାଇଛି ।
ଗତରାତିରେ ଜଣେ ଯୁବତୀ ସ୍କୁଟିରେ କାଠଯୋଡି ବ୍ରିଜକୁ ସେଠାରେ ସ୍କୁଟି, ଭ୍ୟାନିଟ ବ୍ୟାଗ ରଖି ନଦୀକୁ ଡେଇଁ ପଡିଥିଲେ । ଖାନନଗର ପଞ୍ଚମୁଖୀ ହୁନମାନ ମନ୍ଦିର ନିକଟରୁ ସ୍ଥାନୀୟ ଲୋକେ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଖବର ପାଇଁ ପୋଲ ଉପରୁ ଯୁବତୀଙ୍କ ସ୍କୁଟି, ଭ୍ୟାନିଟ ଓ ମୋବାଇଲ ଜବତ କରି ତାଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରିଛି । ପୁଲିସ କହିଛି, ଯୁବତୀଙ୍କ ଘର ନୟାଗଡ ଜିଲ୍ଲାରେ ।ସେ କଟକରେ ରହୁଥିଲେ । ତେବେ କାହିଁକି ସେ ଆତ୍ମହତ୍ୟା ପରି ଏକ କଠୋର ପଦକ୍ଷେପ ନେଇଥିଲେ ତାହା ଜଣାପଡି ନାହିଁ । ପୁଲିସ ତାର ତଦନ୍ତ ଚଳାଇଛି ।

 

Related posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମ୍ୟାନେଜର

mahabharatanews

ଦେଶମୁଖଙ୍କ ଓକିଲ ଆନନ୍ଦ ଡାଗାଙ୍କୁ ଗିରଫ କରିଛି ସିବିଆଇ

mahabharatanews

ବ୍ରାଉନସୁଗାର ଜବତ, ୧ ଗିରଫ

mahabharatanews