ଓଡିଶା

ପୋସ୍କୋ କୋର୍ଟ ବିଚାରପତି ଗଲେ କ୍ୱାରେଣ୍ଟାଇନ

ସୁନ୍ଦରଗଡ଼: ଏକ ମାମଲାରେ ସୁନ୍ଦରଗଡ ପୋସ୍କୋ କୋର୍ଟକୁ ଯାଇଥିବା ଦୁଇ କନେଷ୍ଟବଳ କରୋନାରେ ଜଣାପଡିବା ପରେ ପୋକ୍ସୋ କୋର୍ଟ ବିଚାରପତି, ସରକାରୀ ଓକିଲ ଓ ଷ୍ଟାଫ୍‌ କ୍ୱାରେଣ୍ଟାଇନକୁ ଗଲେ । ଗତ ୨ ତାରିଖରେ ବୀରମିତ୍ରପୁର ନାବାଳିକା ପୀଡ଼ିତାଙ୍କୁ ସୁନ୍ଦରଗଡ଼ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ପୀଡ଼ାତାଙ୍କୁ ଦୁଇ ଦୁଇ ମହିଳା କନ୍‌ଷ୍ଟେବଳ କୋର୍ଟରେ ହାଜର କରାଯାଇଥିଲେ। ଏହା ପରେ ଦୁଇ କନ୍‌ଷ୍ଟେବଳଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ପରେ ସେମାନଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। କୋର୍ଟକୁ ସାନିଟାଇଜ୍‌ କରାଯାଇଛି।
ଗତକାଲି ଉଭୟଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଛି। ଏହା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ପୋକ୍ସୋ କୋର୍ଟର ବିଚାରପତି, ସରକାରୀ ଓକିଲ ଓ ଅନ୍ୟ ଷ୍ଟାଫ୍‌ମାନେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ତେବେ ପୀଡ଼ିତା ନାବାଳିକାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।

Related posts

ବିଦ୍ୟୁତ ଆଘାତରେ ସ୍ୱାମୀ-ସ୍ତ୍ରୀ ମୃତ

mahabharatanews

ଫେଲ ମାରିଛି ପାରାଦ୍ୱୀପ ବନ୍ଦର ପ୍ରଶାସନର ଟ୍ରାଫିକ ନିୟନ୍ତ୍ରଣ ଯୋଜନା

mahabharatanews

ନାରୀଶକ୍ତି ସମ୍ମାନରେ ସମ୍ମାନିତ ହେଲେ ଡ. ଶ୍ରୁତି ମହାପାତ୍ର

mahabharatanews