Uncategorized

ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କୁ କରୋନା

(ଇନ୍ଦୋର): ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ଠାରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବାରୁ ସେ ଟେଷ୍ଟ କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ଏବେ ମଧ୍ୟପ୍ରଦେଶ ସ୍ଥିତ ଅରବିନ୍ଦୋ ହସପିଟାଲରେ ଭର୍ତ୍ତି କରାଯାଇଛି । କରୋନାରୁ ଶୀଘ୍ର ମୁକ୍ତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିବାକୁ ଏହି ୭୦ ବର୍ଷିୟ କବି ନିଜର ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି । ସୋସିଆଲ ମିଡିଆ ଜରିଆରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଖବର ଦିଆଯିବ ଏଣୁ କେହି ପରିବାର ଲୋକଙ୍କୁ ଫୋନ ନ କରିବାକୁ ସେ ଟୁଇଟ୍ କରି ଜଣାଇଛନ୍ତି । ତେବେ ହସପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଏବେ କୌଣସି ବିପଦ ନାହିଁ । ସେ ବର୍ତ୍ତମାନ ସୁସ୍ଥ ଥିବା ତାଙ୍କ ପୁଅ ସତଲେଜ ଇନ୍ଦୋରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ରାହତ ଜଣେ ପ୍ରସିଦ୍ଧ ଉର୍ଦ୍ଧୁ କବି ହେବା ସହିତ ହିନ୍ଦୀ ସିନେମା ପାଇଁ ଅନେକ ଗୀତ ଲେଖିଛନ୍ତି ।

Related posts

ତୃଣମୂଳ କଂଗ୍ରେସର ୪ ପ୍ରାର୍ଥୀଙ୍କ ନାମ ଘୋଷଣା

mahabharatanews

ଉତ୍ତେଜକ ଭାଷଣ: ପୂର୍ବତନ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନାମରେ ମାମଲ।

mahabharatanews

ଜେଏନୟୁ ହିଂସା: ଆଉ ୩ ଅଭିଯୋଗ ଦାୟର

mahabharatanews