ଓଡିଶା

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏନଡିଆରଏଫର ସଚେତନତା କାର୍ଯ୍ୟକ୍ରମ

(ମହାଭାରତ, କୋଣାର୍କ): ପୁରୀ ଜିଲ୍ଲା ଗୋପ ବ୍ଲକ ଅଚ୍ୟୁତପୁର ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଏକ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନଡିଆରଏଫ ଟିମ୍ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ୟା, ବାତ୍ୟା, ସୁନାମୀ, ଭୁମିକମ୍ପ ସମୟରେ ଲୋକମାନେ ନିଜକୁ କିଭଳି ସୁରକ୍ଷିତ ରଖିପାରିବେ ସେ ନେଇ ଗ୍ରାମବାସୀ ସ୍କୁଲ ପିଲାମାନଙ୍କୁ ତାଲିମ ଦିଆଯାଇଥିଲା । ପୁରୀ-କୋଣାର୍କ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହା ଅନ୍ତର୍ଗତ ଗାଁ ଗୁଡିକର ଲୋକମାନେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଖାଲି ବୋତଲ, ଜାରକିନ, ବାଉଁଶ, ଶୁଖିଲା ନଡିଆକୁ ବ୍ୟବହାର କରି କିଭଳି ନିଜର ଓ ଅନ୍ୟମାନଙ୍କର ଶୁଣାଣି ଜୀବନ ବଞ୍ଚାଇ ପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏନଡିଆରଏଫର ଦୁଇ ଜଣ ବରିଷ୍ଠ ଅଧିକାରୀ ଏହି ସଚେତନତା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଗୋପ ବ୍ଲକ ବିଡିଓ ଦୀପ୍ତି ଦାଶ ଓ ଅଚିତିପୁର ସରପଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Related posts

ସୋମବାର ଠୁ ୧୬ ରୁଟରେ ଗଡିବ ମୋ ବସ୍

mahabharatanews

ଦ୍ୱିତୀୟ ଦିନରେ ସାନଛତା ମଠ ଉଚ୍ଛେଦ

mahabharatanews

ନିଆଁ ରେ ୪ ବଖରା ଜଳିଗଲା

mahabharatanews