(ଗଞାମ / ହର ପ୍ରସାଦ ବିଷୋଇ) ; ବେଗୁନିଆପଡା ବ୍ଲକ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଏବଂ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଆନୁକୂଲ୍ୟରେ ପ୍ରୋଜେକ୍ଟ ଦେଶୀ ଆଦର୍ଶ କୁକୁଡ଼ା ଫାର୍ମ ଘର ର ଶୁଭ ଉଦଘାଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ ଛଚିନା ପଞ୍ଚାୟତ ଅନ୍ତର୍ଗତ ଉଜ୍ୱଳପଲ୍ଲୀ ଠାରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ଗଞ୍ଜାମ ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦ୍ରତାତାୟ ଭାଉ ସାହେବ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି । ଉକ୍ତ ଫାର୍ମ ଗୁଡିକୁ ବୁଲି ଦେଖିବା ସହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ମାନଙ୍କ ଉଦ୍ୟମ ଓ ଇଚ୍ଛା ଶକ୍ତି କୁ ପ୍ରଶଂସା କରିଛନ୍ତି ବିଧାୟିକା । ଏହି ବ୍ଲକ ର ଛଚିନା,ମର୍ଦ୍ଧକୋଟ,ବରିଡା ଓ ଖଣ୍ଡିଆନଈ ପଞ୍ଚାୟତ ରେ ୫୦ ଗୋଟି କୁକୁଡ଼ା ଫାର୍ମ ଉଦଘାଟିତ ହୋଇଯାଇଛି । ଫାର୍ମ ର ଅଟକଳ ମୂଲ୍ୟ ମୂଲ୍ୟ ୩୯ ହଜାର ରହିଥିବା ବେଳେ ୫୦ ଗୋଟି କୁକୁଡ଼ା ଏହି ଫାର୍ମ ରେ ରହିବେ । ଆଦାୟ ହେଉଥିବା କୁକୁଡ଼ା ଅଣ୍ଡା କୁ ବିକ୍ରି କରି ମହିଳା ମାନେ ଏହି ଫାର୍ମ ଦ୍ୱାରା ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ସ୍ୱାବଲମ୍ବୀ କରିପାରିବେ । ଏହି କାର୍ୟ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା,ବିଡ଼ିଓ ବେଦବର ପ୍ରଧାନ, ମିଶନ ଶକ୍ତି ବ୍ଲକ ସଂଯୋଜକ ଦିଲ୍ଲୀପ ବେହେରା,ଓଏଲମ ବିପିଏମ ଜ୍ଞାନ ରଞ୍ଜନ ରାଉତ ଙ୍କ ସମେତ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉପସ୍ଥିତ ଥିଲେ ।