ଓଡିଶା

ଫସିରହିଥିବା ୭୦ ଜଣ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରିଯାଇଛନ୍ତି

(ଦିଲ୍ଲୀପ ସାହୁ/ ଜଗତସିଂହପୁର): କରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଶେଷ ପର୍ୟ୍ୟାୟରେ ହୋଇଥିବା ବେଳେ ଦେଶର କୋଣ ଅନୁକୋଣରେ ଫସିରହିଥିବା ଲୋକେ ଏବେ ଘରମୁହାଁ। କୋଭିଡ-୧୯ରେ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ଇଟାଭାଟିରେ କାମକରୁଥିବା ବେଳେ ଫସିରହିଥିବା ୭୦ ଜଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ଅଞ୍ଚଳକୁ ଫେରିଯିବାକୁ ଅନୁମତି ମିଳିଛି। ତିର୍ତ୍ତୋଲ ଅଞ୍ଚଳର ଇଟାଭାଟି କାମ କରିବାକୁ ଆସି ଫସି ରହିଥିବା ନୂଆପଡା ଜିଲ୍ଲାର ପ୍ରାୟ ୭୦ ଶ୍ରମିକ କାମ ଧନ୍ଦା ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନେ ନିଜ ଜିଲ୍ଲାକୁ ଯିବା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଆଜି ଜିଲ୍ଲାପାଳ ଏହାର ବିଧିବଦ୍ଧ ଅନୁସନ୍ଧାନ କରି ଶ୍ରମିକମାନଙ୍କୁ ନିଜ ଘରକୁ ଫେରିଯିବା ପାଇଁ ବ୍ୟବସ୍ଥା କରିଛନ୍ତି । ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ଶ୍ରମିକ ମାନଙ୍କୁ ନେବା ପାଇଁ ୨ଟି ବସ ବ୍ୟବସ୍ଥା କରିଥିଲେ । ଆଜି ରାତିରେ ଏହି ବସ ଗୁଡିକ ଜିଲ୍ଲାପାଳଙ୍କ ପଡ଼ିଆରୁ ବାହାରି ତିର୍ତ୍ତୋଲରେ ପହଞ୍ଚି ରାତ୍ରି୧୧ଟାରେ ଚେଳିତୋଳ ବାଲିଯାତ୍ରା ଠାରୁ ଶ୍ରମିକ ମାନଙ୍କୁ ନେଇ ନୂଆପଡା ଯାତ୍ରା କରିଛି ।ଜିଲ୍ଲାର ଅନ୍ୟ ସ୍ଥାନରେ ଫସି ରହିଥିବା ଶ୍ରମିକ ମାନଙ୍କୁ ପର୍ୟ୍ୟାୟ କ୍ରମେ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି।

Related posts

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

mahabharatanews

ସ୍ଥାୟୀ ଲୋକ ଅଦାଲତ ଉଦଘାଟିତ

mahabharatanews

ଘରଭଡା ମାଗିବାରୁ ମାଲିକଙ୍କୁ ଛାତରୁ ଠେଲିଦେଲେ ଭଡାଟିଆ

mahabharatanews