ଓଡିଶା

ଘରଭଡା ମାଗିବାରୁ ମାଲିକଙ୍କୁ ଛାତରୁ ଠେଲିଦେଲେ ଭଡାଟିଆ

(ମହାଭାରତ, ପୁରୀ): ପୁରୀ ପଥୁରିଆ ସାହିରେ ଘର ଭଡାକୁ ନେଇ ହତ୍ୟା ଅଭିଯୋଗ ହୋଇଛି । ଘର ଭଡା ମାଗିବାରୁ ଘର ମାଲିକଙ୍କୁ ଛାତରୁ ଠେଲି ଦେଇଛନ୍ତି ଭଡାଟିଆ । ମୃତକ ଘର ମାଲିକ ନାରାୟଣ ମହାରଣା ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ, ନାରାୟଣଙ୍କ ଘରେ ଏକ ଦମ୍ପତି ଦୀର୍ଘ ଦିନ ଧରି ଭଡାରେ ରହୁଥିଲେ । କିନ୍ତୁ ଘର ମାଲିକ ନାରାୟଣଙ୍କୁ ଘର ଭଡା ଦେଉ ନଥିଲେ । ଏହାକୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏବଂ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ଦୁହିଁଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ଘର ଛାଡିବାକୁ ଭଡାରେ ରହୁଥିବା ଦମ୍ପତି ୫ ମାସ ସମୟ ମାଗିଥିଲେ । କିନ୍ତୁ ରବିବାର ପୂର୍ବାହ୍ନରେ ହଠାତ ଘର ମାଲିକଙ୍କ ଚିତ୍କାର ଶୁଣାଯାଇଥିଲା । ସ୍ଥାନୀୟ ଲୋକେ ଦେଖିବା ବେଳକୁ ସେ ତଳେ ପଡିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ଭଡାଟିଆ ଦମ୍ପତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି । ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଭୟଙ୍କ ଗିରଫ ଦାବିରେ ଥାନା ଘେରାଉ କରିଥିଲେ ।

Related posts

ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ

mahabharatanews

ବାଲେଶ୍ୱର ସଦର ବିଧାନ କ୍ଷେତ୍ର କିଏ ଦଖଲ କରିବ ?

mahabharatanews

ଆଜିଠୁ ମା’ ବିମଳାଙ୍କର ଷୋଡ଼ଶଦିନାତ୍ମକ ପୂଜା 

mahabharatanews