Uncategorized

ଫାଶୀ ସ୍ଥଗିତ ପାଇଁ ନିର୍ଭୟା ଦୋଷୀ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

(ନୂଆଦିଲ୍ଲୀ): ନିର୍ଭୟା ଦୋଷୀଙ୍କ ସବୁ ଆବେଦନ ଖାରଜ ହୋଇସାରିଛି । ଏବେ ଏହି ମାମଲା ଅର୍ନ୍ତଜାତୀୟ ନ୍ୟାୟାଳୟ ଠାରେ ପହଞ୍ଚିଛି । ଏସବୁ ମଧ୍ୟରେ ଫାଶୀକୁ ଟାଳିବା ପାଇଁ ଦୋଷୀମାନେ ଆଉ ଏକ ନୂଆ ଚାଲ ଚଳାଇଛନ୍ତି । ଏବେ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଦ୍ୱାରସ୍ଥ ହୋଇ ଫାଶୀକୁ ସ୍ଥଗିତ କରିବାକୁ ନିବେଦନ କରିଛନ୍ତି । ମାର୍ଚ୍ଚ ୨୦ ତାରିଖରେ ଫାଶୀ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋର୍ଟ ବାରମ୍ବାର ଦୋଷୀଙ୍କ ଆବେଦନକୁ ଖାରଜ କରୁଥିବାରୁ ଏହାକୁ ନ୍ୟାୟର ଅସଦାଚରଣ ବୋଲି ମାମଲା ଲଢୁଥିବା ଓକିଲ ଏପି ସିଂହ କହିଛନ୍ତି । ତେବେ ତିହାର ଜେଲରେ ଆତ୍ମହତ୍ୟା କରିଥିବା ଦୋଷୀ ରାମ ସିଂହର ଭାଇ ମୁକେଶ ସିଂହ ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ । ତା’ର ୭୦ ବର୍ଷିୟ ବୁଢୀ ମାଆ ଅଛି । ୧୦ ବର୍ଷର ପୁଅ ରହିଛି । ଜେଲରେ ପ୍ରାଣ ହରାଇଥିବା ରାମ ସିଂହର ପରିବାରକୁ ମଧ୍ୟ କ୍ଷତିପୂରଣ ଦିଆଯାଇନାହିଁ । ତେବେ ଜେଲରେ ଥିବା ବେଳେ ସେ ଆତ୍ମହତ୍ୟା କରୁଥିବା କହୁଥିବା ବେଳେ ତାହା ଏପର୍ଯ୍ୟନ୍ତ ପ୍ରମାଣ ହୋଇପାରିନାହିଁ । ତେଣୁ ବିନା ପ୍ରମାଣରେ ଏକ ମାମଲାର ଫଇସଲା ହୋଇନଥିବା ବେଳେ ମିଳିଥିବା ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ସେ ଜାତୀୟ ମାନବାଧିକାର କମିଶନଙ୍କୁ ନିବେଦନ କରିଛନ୍ତି । ଯଦି ବିନା ଫଇସଲାରେ କୌଣସି ଦୋଷୀଙ୍କୁ ଶୀଘ୍ର ଫାଶୀ ଦିଆଯାଏ ତେବେ ତାହା ନ୍ୟାୟର ଅସଦାଚରଣ ହେବ । ନାଗରିକ ଭାବେ ଦୋଷୀର ମାନବିକତାର ଅଧିକାରକୁ କ୍ଷୁର୍ଣ୍ଣ କରିବ ବୋଲି ନିର୍ଭୟା ଦୋଷୀଙ୍କ ମାମଲା ଲଢୁଥିବା ଓକିଲ ଏପି ସିଂହ କହିଛନ୍ତି । ସୂଚନାଯୋଗ୍ୟ, ମାର୍ଚ୍ଚ ୨୦ ତାରିଖ ସାଢେ ୫ଟା ସମୟରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାର ଦୋଷୀଙ୍କୁ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

Related posts

ଜାମ୍ମୁ-କଶ୍ମୀରକୁ ନୂଆ ବର୍ଷ ଭେଟି

mahabharatanews

ନିର୍ଭୟା ଦୋଷୀ ପବନକୁ ନାବାଳକ ପ୍ରମାଣ କରୁଥିବା ଓକିଲଙ୍କୁ ବାର କାଉନସିଲର ଜବାବ ତଲବ

mahabharatanews

ପୋଲିସ ହାଜତରେ ୩ କାଶ୍ମୀର ଛାତ୍ର

mahabharatanews