Uncategorized

ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ‘ଶୁଭ ମଙ୍ଗଲ୍’ଓ ‘ଭୂତ’

(ମହାଭାରତ): ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଡବଲ ଧମାଲ । ପରଦାକୁ ଆସିଛି ଦୁଇ ଦୁଇଟି ଫିଲ୍ମ । ଗୋଟେପଟେ ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଲ୍’ ଜ୍ୟାଦା ସାବଧାନ ରିଲିଜ ହୋଇଥିବାବେଳେ ତାକୁ ଟକ୍କର ଦେବାକୁ ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଫିଲ୍ମ ‘ଭୂତ’ । ଶୁଭ ମଙ୍ଗଲ ଜ୍ୟାଦା ସାବଧାନର କାହାଣୀ ସମଲିଙ୍ଗୀ ସମ୍ପର୍କରେ ଉପରେ ପର୍ଯ୍ୟବେସିତ ହୋଇଥିବାବେଳେ ଫିଲ୍ମ ‘ଭୂତ’ ଏକ ହରର ଫିଲ୍ମ । ଫିଲ୍ମ ଫ୍ରାଇଡେରେ ଭରପୂର ମଜା ଉଠାଇବେ ଦର୍ଶକ ମାନେ । ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଏହି ଫିଲ୍ମଟି ୨୦୧୭ରେ ଫିଲ୍ମ ‘ଶୁଭ ମଙ୍ଗଲ ସାବଧାନ’ର ଦ୍ୱିତୀୟ ସିରିଜ୍ । ଯେଉଁଥିରେ ଆୟୁଷ୍ମାନ ଖୁରାନା ଓ ଭୂମି ପେଡନାକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଦ୍ୱିତୀୟ ସିରିଜ୍ରେ ମଧ୍ୟ ଆୟୁଷ୍ମାନ ଲିଡ୍ ରୋଲ ପ୍ଲେ କରିଛନ୍ତି । ତାଙ୍କ ବ୍ୟବତୀତ ଏଥିରେ ଜିତେନ୍ଦ୍ର କୁମାର,ନୀନା ଗୁପ୍ତା,ଗଜରାଜ ରାଓ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ହିତେଶ କେୱଲ ଦେଇଛନ୍ତି । ଫିଲ୍ମର ଟ୍ରେଲରରେ ଆୟୁଷ୍ମାନଙ୍କ କମେଡି ଟାଇମିଙ୍ଗକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ଦର୍ଶକଙ୍କୁ ସର୍ବଦା ଭରପୂର ମନୋରଞ୍ଜନ ଖୋରାକ ଯୋଗାଇବ ବୋଲି ଆୟୁଷ୍ମାନଙ୍କ ଏହି ଫିଲ୍ମ ହିଟ୍ ହେବ ବୋଲି ନିର୍ମାତା ଆଶା ରଖିଛନ୍ତି ।

Related posts

ଝାରଖଣ୍ଡରେ ପ୍ରଥମ କରୋନା ମୃତ୍ୟୁ

mahabharatanews

ଏଲଏସି ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି: ଭାରତ ଯେକୌଣସି ପଦକ୍ଷେପ ପାଇଁ ପ୍ରସ୍ତୁତ

mahabharatanews

କରିମଙ୍କ ୩ ଟେଷ୍ଟ ରିପୋର୍ଟ ପଜିଟିଭ

mahabharatanews