ଓଡିଶା

ଫିସିଙ୍ଗ ହାରବରରେ ଫସିଛନ୍ତି ୫୦୦ରୁ ଊଦ୍ଧ୍ୱର୍ ମତ୍ସ୍ୟଜୀବୀ

ପାରାଦ୍ୱୀପ: ପାରାଦ୍ୱୀପ ମାଛଧରା ବନ୍ଦରରେ ଫସିରହିଛନ୍ତି ଆନ୍ଧ୍ରପ୍ରଦେଶର ୨୩୯, ୱେଷ୍ଟବେଙ୍ଗଲର ୭୦ ମତ୍ସ୍ୟଜୀବୀ । ଏପରିକି ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳର ୫୦୦ ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଏଠାରେ ଫସି ରହିଛନ୍ତି । ଦୀର୍ଘ ୪ ଦିନ ହେଲା ଏମାନେ ଭୋକ ଉପାସରେ ପଡି ରହିଛନ୍ତି ଏହି ଫିସିଙ୍ଗ ହାରବରରେ । ଏମାନଙ୍କ ପାଖରେ ନା ପହଞ୍ଚି ପାରୁଛନ୍ତି ବୋଟ ମାଲିକ ନା ଏମାନେ ବାହାରି ପାରୁଛନ୍ତି । ଫିସିଙ୍ଗ ହାରବରରୁ । ଚାରିଆଡେ ପୋଲିସର ପେଟ୍ରୋଲିଂ ଚାଲିଥିବା ବେଳେ ବାହାରକୁ ଗଲେ ପୋଲିସ ବାଡୋଉ ଥିବା ସେମାନେ ଅଭିଯୋଗ କରିଛନ୍ତି । ହାରବର ଭିତରେ ଥିବା ପ୍ରତ୍ୟେକ ଦୋକାନ ବନ୍ଦ ହୋଇ ଯାଇଥିବାରୁ ଏମାନେ ଏବେ ଏଠାରେ ଭୋକ ଉପାସରେ ରହୁଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିଜ ଘରେ ପହଞ୍ଚାଇ ଦେବାକୁ ସେମାନେ ଓଡିଶା ଓ ଆନ୍ଧ୍ର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଏଠାରେ ଆନ୍ଧ୍ରପ୍ରଦେଶ କାକିନାଡା ଅଞ୍ଚଳର ୧୭୭ ଓ ଶିକାକୁଲମ ଜିଲ୍ଲା ର ୬୨ ଜଣ ମତ୍ସ୍ୟଜୀବୀ ରହିଛନ୍ତି । ସେମାନେ ଦୀର୍ଘ ଦିନ ଧରି ପାରାଦ୍ୱୀପ ମାଛଧରା ବନ୍ଦରରେ ବିଭିନ୍ନ ବୋଟ ରେ ଫିସିଙ୍ଗ ଷ୍ଟାଫ୍ ଭାବେ କାର୍ଯ୍ୟ କରୁଛନ୍ତି ।

Related posts

କାମାସକ୍ତଙ୍କ ବର୍ବର କାଣ୍ଡ

mahabharatanews

ପାଠକ ବାପା, ପୁଅଙ୍କ ସହ ପ୍ରଦୀପଙ୍କୁ କଷ୍ଟଡିକୁ ନେଇ ଜେରା କରିବ ଇଡି

mahabharatanews

ନାବାଳିକାର ବିବାହ ସମୟରେ ପୋଲିସର ଚଢାଉ

mahabharatanews