ଓଡିଶା

ଫେଲ ମାରିଛି ଜଳ ଯୋଗାଣ ପ୍ରକଳ୍ପ, ବାଲଟିରେ ପାଣି ବୋହି କ୍ଷେତ ସିଞ୍ଚୁଛନ୍ତି ଚାଷୀ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ କେନାଲ ତିଆରି ହେଉଛି ସତ, କିନ୍ତୁ ଏଥିରେ ପାଣି ନାହିଁ। ଫଳରେ ଚାଷୀ ପାଣି ଅଭାବରୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। କେନାଲ ଥିଲେ ବି ପାଣି ନ ଆସିବାରୁ ଫସଲ ପୋଡି ଗଲାଣି। ଏମିତିକି କିଛି ଚାଷୀ ବାଲଟିରେ ପାଣି ବୋହି ନେଇ ସେମାନଙ୍କ କ୍ଷେତରେ ପକାଇବାର ଦୃଶ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଏକ କୃଷି ପ୍ରଧାନ ଜିଲ୍ଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ବର୍ଷା ଅଭାବ ଏବଂ କେନାଲରେ ପାଣି ନ ଆସିବା ଯୋଗୁଁ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜମିରେ ପଡିଛି ଧାନ ତଳି । କିନ୍ତୁ ଚାଷୀ ହତାଶ । ଧାନ ତଳି ପୋଡ଼ିବା ଉପରେ । ବାଧ୍ୟ ହୋଇ ଚାଷୀମାନେ ବାଲଟି ବାଲଟି ପାଣି ନେଇ ଜମି ରେ ପକାଉଛନ୍ତି । କେବଳ ଏତିକି ଆଶା କରି ଯେ, ଧାନ ତଳି ଟିକକ କାଳେ ବଞ୍ଚିଯିବ । ସେପଟେ କିଛି ଜମି ରେ ଧାନ ରୁଆ ମଧ୍ୟ ହୋଇଗଲାଣି । କିନ୍ତୁ ଜମିକୁ ପାଣି ନଥିବା ହେତୁ ଜମି ଫାଟି ଆଁ କଲାଣି।ଏମିତି କିଛି ଦୃଶ୍ୟ ଦେଖିବା କୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ । ଦିଗପହଣ୍ଡି ଅଞ୍ଚଳରେ ପ୍ରାୟ ୨୫୮୩୫ ହେକ୍ଟର ଚାଷଜମି ରହିଛି, । ସେଥିରୁ ୧୬୦୮୦ ହେକ୍ଟର ଜମିରେ କେବଳ ଧାନ ଫସଲ ହୁଏ । ଏହା ମଧ୍ୟରୁ କିଛି ଜମିରେ ଧାନ ତଳି ମଧ୍ୟ ପାଣି ଅଭାବରୁ ନଷ୍ଟ ହୋଇଗଲାଣି । କିଛି ଜମିରେ ଧାନ ରୁଆ ହୋଇଥିଲେ ବି ପାଣି ନପାଇ ଜମି ଆଁ କରି ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାକାର ପ୍ରାୟ ୧୫ ଶହ ଚାଷୀ କେବଳ ନିକଟରେ ଥିବା ଘୋଡାହାଡ଼ ଜଳସେଚନ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଚଳିତ ବର୍ଷ କେନାଲରେ କିଛି ଅଂଶ ସଫେଇ କାର୍ଯ୍ୟ ହୋଇଥିବା ବେଳେ ଆଉ କିଛି ହୋଇନି । ଗୋଟିଏ ପଟେ ସରକାର ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ କରି ଜମିିକୁ ପାଣି ଯୋଗାଇବା ପାଇଁ ଯୋଜନା କରୁଥିବା ବେଳେ ଏହି ସବୁ ପ୍ରକଳ୍ପ ଯୋଜନା କାହା ପାଇଁ ବୋଲି ଏବେ ପ୍ରଶ୍ନ ଉଠୁଛି ।

Related posts

ସୋନପୁରର ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

mahabharatanews

୧୩ ଜିଲ୍ଲାର ଲୋକଙ୍କୁ ମାଲକାନଗିରି ମନା

mahabharatanews

ଟୋକନ ବ୍ୟବସ୍ଥାରେ ଅନିୟମିତତା, ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

mahabharatanews