ଓଡିଶା

ବଢୁଛି ତାତି; ରାଜ୍ୟବାସୀଙ୍କ ପାଇଁ ଏସ୍‌ଓପି ଜାରି

(ଭୁବନେଶ୍ୱର) : ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ହଠାତ୍ ବୃଦ୍ଧି ପାଇଛି। ଖରା ପାଇଁ ଅଂଶୁଘାତ ଆଶଙ୍କା ବଢ଼ିଯାଇଛି। ଏହାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି। ଏହାସହ ଏକ ଆକ୍ସନ୍ ପ୍ଲାନ୍ ଓ ଏସ୍‌ଓପି ଜାରି ହୋଇଛି।

ସୂଚନାନୁଯାୟୀ , ମାର୍ଚ୍ଚ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ ବୋଲି ସ୍ପଷ୍ଟ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗ୍ରୀଷ୍ମକୁ ନଜରରେ ରଖି ୨୪ଘଣ୍ଟିଆ ଜିଲ୍ଲା ନିରୀକ୍ଷଣ ୟୁନିଟ୍‌(ଡିଏସ୍‌ୟୁ) ଖୋଲିବା ସହିତ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ରାପିଡ୍‌ ରେସପନ୍ସ ଟିମ୍‌(ଆରଆରଟି)କୁ ପ୍ରସ୍ତୁତ ରଖାଯାଉ। ମେଡିକାଲ କଲେଜଗୁଡ଼ିକ ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ଶଯ୍ୟା ସଂରକ୍ଷିତ ରଖିବାକୁ କୁହାଯାଇଛି। ଯଦି କୌଣସି ବ୍ୟକ୍ତି ଅଂଶୁଘାତର ଶିକାର ହୋଇ ଗୁରୁତର ହୋଇପଡ଼ନ୍ତି, ତାଙ୍କୁ ଅନ୍ୟତ୍ର ରେଫର କରିବାକୁ ହେଲେ ପ୍ରୋଟୋକଲ୍‌ ଅନୁଯାୟୀ ରେଫର କରାଯିବ।

Related posts

ସାଳନ୍ଦୀ ନଦୀରେ ଗାଧଉଥିବା ବେଳେ ବୁଡିଗଲେ ୪ ଛାତ୍ର

mahabharatanews

ଟଙ୍କା ଲୁଟ ପାଇଁ ଏଟିଏମ ଭାଙ୍ଗିଲେ ଦୁର୍ବୃତ୍ତ

mahabharatanews

ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews