ଓଡିଶାରାଜନୀତି

ବବିଙ୍କ ଚେର କାଟିବାକୁ ସ୍ୱରୂପ ମୋହରା

ଭୁବନେଶ୍ୱର/ଶିଳାସ୍ମିତା ରାୟ: ବାଲେଶ୍ୱର ଉପନିବାଚନରେ ବିଜେଡିର ପରାଜୟ ହେବା ରାଜନୈତିକ ବିଶେଷକ ଅନୁମାନ କରୁଛନ୍ତି । ପ୍ରଥମତଃ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି ସମର୍ଥକ ଭୋଟରଙ୍କ ଟିକେଟ ସହ କିଛି ସହାନଭୂତି ଭୋଟ ମିଳିବ । ଏହା ବାଦ ବିଜେଡିରେ ସୃଷ୍ଟି ହୋଇଥିବା ଫାଙ୍କ ମଧ୍ୟ ବିଜେପି ଓ କଂଗ୍ରେସକୁ ଯିବା ସ୍ଥିର ହୋଇଛି । ବିଜେଡିର ଏହି ଫାଙ୍କ ପ୍ରାଥମିକ ଅବସ୍ଥାରେ ରବୀନ୍ଦ୍ର ଜେନା ଓ ଅତନୁ ସବ୍ୟସାଚୀଙ୍କ ମଧ୍ୟରେ କୁହାଯାଉଥିବା ବେଳେ କିନ୍ତୁ ବାସ୍ତବରେ ଏହା ବିଜେଡିର ସଙ୍କଟ ମୋଚକ କୁହାଯାଉଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କ ବିରୋଧରେ ବିଜେଡିରେ କିଛି ମାସ ହେବ ଚାଲିଛି ଚକ୍ରାନ୍ତ । ଶୁଣିବାକୁ ମିଳିଛି, ୨୦୧୪ରୁ ୨୦୧୯ ସାଧାରଣ ନିର୍ବାଚନରେ ବବି ବିଜେଡିର ସର୍ବେସର୍ବା ବୋଲାଉଥିଲେ । ବବି ଦଳର ସୁପ୍ରିମୋଙ୍କ ଅତି ବିଶ୍ୱସ୍ତ ଓ ନିକଟତର । କିନ୍ତୁ ସୁପ୍ରିମୋଙ୍କ ବବିଙ୍କ ପ୍ରତି ଏହି ଅତୁଟ ବିଶ୍ୱାସ, ନିକଟତାକୁ ସହ୍ୟ କରି ପାରି ନ ଥିଲେ ଦଳର ଅନ୍ୟ ନେତା । ଦଳୀୟ ସମସ୍ତ କାର୍ଯ୍ୟରେ ବବିଙ୍କ ବଢିଚାଲିଥିବା ପତିଆର ହଜମ ହୋଇ ନ ଥିଲା ବବିଙ୍କ ସମସାମୟିକ ତଥା ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ । ତେଣୁ ବବିଙ୍କ ବିରୋଧରେ ଦଳରେ ଦେଖା ଦେଇଥିଲା ରିତିମତ ଷଡଯନ୍ତ୍ର । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଥୋପ କରି ବବିଙ୍କ ଚେର କାଟିବାକୁ ଚାଲିଛି ଷଡଯନ୍ତ୍ର । ଏହି ଷଡଯନ୍ତ୍ରର କାର୍ପଟଧାର ହେଉଛନ୍ତି ଅତନୁ ସବ୍ୟସାଚୀ ନାୟକ । ସେ ଦଳରେ ସୃଷ୍ଟି କରିଛନ୍ତି ଦୁଇ ଗୋଷ୍ଠୀ । ଗୋଟିଏ ପଟେ ସାଧାରଣ ଦଳୀୟ କର୍ମକର୍ତ୍ତା ଯେଉଁମାନେ ସୁପ୍ରିମୋ ତଥା ତାଙ୍କ ବିଶ୍ୱସ୍ତ ବବିଙ୍କୁ ସମର୍ଥନ କରୁଛନ୍ତି ଓ ଅନ୍ୟ ଏକ ଗୋଷ୍ଠୀ ଯେଉଁମାନେ ବବିଙ୍କ ପ୍ରତି ଇର୍ଷା ପୋଷଣ କରୁଥିବା ନେତା, ମନ୍ତ୍ରୀ ଓ ସେମାନଙ୍କ ସମର୍ଥକ ।

ବବିଙ୍କ ପ୍ରତି ଇର୍ଷାପରାୟ ଥିବା ଚକ୍ରାନ୍ତକାରୀ ବବିଙ୍କ ଭାଇଙ୍କ ଶ୍ୱଶୁର ରବୀନ୍ଦ୍ର ଜେନା ତଥା ତାଙ୍କ ଧର୍ମପତ୍ନୀଙ୍କ ଟିକେଟ କାଟି ଦେଲେ । ବିଜେଡିରେ ଏକ ଚଳଣି ରହିଛି, କୌଣସି ପ୍ରାର୍ଥୀ ପରାସ୍ତ ହେଲେ ତାଙ୍କୁ ଆଉ ଟିକେଟ ଦିଆଯିବ ନାହିଁ । ସେହି କ୍ରମରେ ଚଳିତ ଥର ପୂର୍ବ ନିର୍ବାଚନରେ ପରାସ୍ତବରଣ କରିଥିବା ଜୀବନ ପ୍ରଦୀପ ଦାସଙ୍କୁ ବିଜେଡିର ଟିକେଟ ମିଳିବାର ନ ଥିଲା । କିନ୍ତୁ ଅତନୁଙ୍କ ପ୍ରରୋଚନାରେ  ରବୀନ୍ଦ୍ରଙ୍କୁ ଟିକେଟ ମିଳିଲେ  ଦଳ ଛାଡି ପୁଣି ବିଜେପିରେ ମିଶିବାକୁ ଧମକ ଦେଇଥିଲେ ଜୀବନ ଦଳକୁ । ତେଣୁ ଅନୋନ୍ୟପାୟ ହୋଇ ବିଜେଡି ନା ଜୀବନଙ୍କୁ ଟିକେଟ ଦେଲା ନାହିଁ ରବୀନ୍ଦ ବା ତାଙ୍କ ପତ୍ନୀଙ୍କୁ । ଅତନୁ ତାଙ୍କ ଜଣେ ସମର୍ଥକ କାଉନସିଲରଙ୍କୁ ଠିଆ କରାଇବାରେ ସକ୍ଷମ ହେଲେ ।

ଜଣେ କାଉନସିଲରଙ୍କୁ ପ୍ରାର୍ଥୀ କରିବା ପଛରେ କୁହାଯାଉଛି, ବିଜେଡିର ବାଲେଶ୍ୱରରେ ପରାସ୍ତର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ସ୍ୱରୂପଙ୍କ ପରି ଜଣେ କାଉନସିଲରଙ୍କୁ ଠିଆକରାଇ ଦେଲେ । ଯଦି ବିଜେଡି ଜିତିଲା ତେବେ ଠିକ । ଯଦି ହାରିଲା, ତେବେ ବବି ଓ ତାଙ୍କ ଶ୍ୱଶୁରଙ୍କ ସମର୍ଥକଙ୍କ ବିଜେଡି ବିରୋଧୀ କାର୍ଯ୍ୟ ପାଇଁ ହୋଇଥିବା ଅତନୁ ସୁପ୍ରିମୋଙ୍କୁ ଦର୍ଶାଇବାକୁ ଚେଷ୍ଟା କରିବେ ବୋଲି ବିଶେଷକ କୁହନ୍ତି । ଏସବୁ ସତ୍ତେ୍ୱ କିନ୍ତୁ ବବି ତାଙ୍କ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଲୋକଙ୍କୁ ଆକୃଷ୍ଟ କରିବାକୁ ତାଙ୍କ ସବୁ ଦମ ଲଗାଇ ଦେଇଛନ୍ତି । ଏବେ ଦେଖିବାକୁ ରହିଲା ଚକ୍ରାନ୍ତକାରୀ ଜିତୁଛନ୍ତି ନା ବବି

Related posts

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

mahabharatanews

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

mahabharatanews

ମାତୃଛାୟା ଆଶ୍ରମରେ ଯୌନ ନିର୍ଯାତନା ଅଭିଯୋଗ, ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

mahabharatanews