ଓଡିଶା

ରାଜ୍ୟରେ ୨୪ ଘଣ୍ଟାରେ ୧୬୯୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆହୁରି କମିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ଏକ ଦିନରେ ୧୬୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୯୫୮୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ବିଟ୍ କରିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୮୬ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୭୦୯ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୯୫୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୮୮୮୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୫୯୪୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୨୮୦୨୭୪ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Related posts

 ପିଲା ୟୁଟ୍ୟୁବରେ ପଢିବେ ପାଠ

mahabharatanews

ବିକାଶର ଧାରା ଓଡ଼ିଶା ସାରା : ଗଜପତିରେ ବିକାଶମୂଳକ ଯୋଜନା ଉପରେ ଆଲୋଚନା

mahabharatanews

ଜଣେ ସଂକ୍ରମିତ ୪୦୬ ଜଣଙ୍କୁ ମାସକରେ ସଂକ୍ରମିତ କରିପାରେ

mahabharatanews