(ନୂଆଦିଲ୍ଲୀ): ଏନସିପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡି.ପି ତ୍ରିପାଠୀଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ବିଗତ କିଛି ମାସ ଧରି ସେ ରୋଗାକ୍ରାନ୍ତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ସୁଲତାନପୁରରେ ଜନ୍ମିତ ତ୍ରିପାଠୀ ଜେଏନୟୁ ଛାତ୍ର ସଂସଦର ଅଧ୍ୟକ୍ଷ ଥିଲେ । କଂଗ୍ରେସରୁ ନିଜର ରାଜନୈତିକ ଜୀବନ ସେ ଆରମ୍ଭ କରିଥିଲେ । କିନ୍ତୁ ପରେ ଏନସିପିରେ ଯୋଗ ଦେଇଥିଲେ । ତାଙ୍କ ଦେହାନ୍ତ ପରେ ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଟ୍ୱିଟରରେ ଶୋକ ବ୍ୟକ୍ତ କରିଛନ୍ତି । ଡିପି ତ୍ରିପାଠୀ ଦଳର ମାର୍ଗଦର୍ଶକ ଥିଲେ । ତାଙ୍କ ମୃତ୍ୟୁ ଦଳ ପାଇଁ ଅପୂରଣୀୟ କ୍ଷତି । ଆମେ ତାଙ୍କ ପରାମର୍ଶ ଏବଂ ମାର୍ଗଦର୍ଶନକୁ ଚିରଦିନ ପାଇଁ ମନେ ରଖିବୁ ବୋଲି ନିଜ ଶୋକ ବାର୍ତ୍ତାରେ ସେ କହିଛନ୍ତି ।